(୦୬/୮) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଭୀମସାହି ରେ ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ତନୁଶ୍ରୀ ନାୟକ ବୋଲି ଜଣାପଡିଛି । ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ ଘୁଷୁରାବେଢା ଗ୍ରାମର ତନୁଶ୍ରୀ ନାୟକ ଖୋଲିଗୁଡା ଗ୍ରାମର ଅଲର୍ବଟ ସେକ୍ସପୀୟର ବେନିଆଙ୍କୁ ଗତ ଏକ ବର୍ଷ ହେଲା ପ୍ରେମ ବିବାହ କରିଥିଲେ। ବିବାହ ପରେ ନିଜ ବୃତ୍ତି ଆଗେଇ ନେବା ପାଇଁ ଅଲବର୍ଟ ଖଲିଗୁଡା ସ୍ଥିତ ନିଜ ପୈତୃକ ବାସଭବନ ଛାଡି ପାପଡାହାଣ୍ଡି ସହର ଭିମାସାହିରେ ଏକ ଭଡାଘରେ ରହୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ଅଲବର୍ଟ ତନୁଶ୍ରୀ ଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ତାଙ୍କ ଝିଅ ତନୁଶ୍ରୀଙ୍କୁ ଜ୍ୱାଇଁ ଅଲବର୍ଟ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ କହିବାନୁସାରେ, ଗତ ଏକ ବର୍ଷ ପୂର୍ବେ ଅଲବର୍ଟ ଓ ତନୁଶ୍ରୀ ଙ୍କ ପ୍ରେମ ବିବାହ ହୋଇଥିଲା । ରୀତିମତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସହ ଝଗଡା ଲାଗି ରହୁଥିଲା। ଝିଅ ତନୁଶ୍ରୀ ପ୍ରାୟ ଆଠ ମାସ ର ଗର୍ଭବତୀ ଥିଲେ। ତେବେ ଗତ କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ଓ ତନୁଶ୍ରୀଙ୍କ ମା ଉଭୟଙ୍କ ମଧ୍ୟରେ ବୁଝାସୁଝା କରୁଥିଲେ ଏବଂ ଝିଅ ଗର୍ଭବତୀ ଥିବାରୁ ସାଙ୍ଗରେ ନିଜ ଘରକୁ ନେବାକୁ କହିଥିଲେ କିନ୍ତୁ ଝିଅ ଯିବାକୁ ବାରଣ କରିଥିଲେ । ଛୁଆ ଜନ୍ମ ହେବା ପରେ ଯିବା ପାଇଁ କହିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିବା ନେଇ ଅଲବର୍ଟ ଝିଅ ର ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ବିଳମ୍ବିତ ରାତିରେ ତାଙ୍କ ଅନୁପସ୍ଥିତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ । ପରିବାର ଲୋକେ ତାଙ୍କ ଝିଅ ଆତ୍ମହତ୍ୟା କରି ନଥିବା କହିଛନ୍ତି ଏବଂ ଜ୍ୱାଇଁ ଅଲବର୍ଟ ତନୁଶ୍ରୀଙ୍କୁ ହତ୍ୟା କରିଥିବା ନେଇ ପାପଡାହାଣ୍ଡି ଥାନାରେ ସେମାନେ ଏତଲା ଦେଇଛନ୍ତି । ଅଭିଯୋଗ ପାଇ ପାପଡାହାଣ୍ଡି ପୋଲିସ ପାପଡାହାଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ତଦନ୍ତ କରୁଥିବା ପ୍ରକାଶ । (ରିପୋର୍ଟ-ବାବୁଲି ଗଣ୍ଡ)
ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !
