ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ପଛପଟୁ ଡମୁ ମୁଦୁଲି(୫୭)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ସାଧାରଣ କାର୍ଯ୍ୟାଳୟରେ ଚପରାଶି ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଏତଲା ପାଇ ଖାତିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପଂଚାନନ ପରିଡ଼ା ଘଟଣାସ୍ଥଳରେ ପହଂଚି ଶବର ପଂଚନାମା କରି ଥାନା କେଶ ନଂ.୪/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ମୃତ୍ୟୁ ସନ୍ଦେହଜନକ ଅବସ୍ଥାରେ ହୋଇଥିବା ଗ୍ରାମବାସୀ ଓ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଶବ ସତ୍କାର ପାଇଁ ୫ ହଜାର ଟଙ୍କା ଦିଆଯାଇଛି ଓ ସରକାରୀ ନିୟମ ଅନୁଯାୟୀ ଯଥା ସମ୍ଭବ ସାହାଯ୍ୟ କରିବାକୁ ମୁଖ୍ୟଯନ୍ତ୍ରୀଙ୍କ ସହାୟକ ତପନ କୁମାର ସାହୁ କହିଥିବା ଜଣାପଡ଼ିଛି ।
ଇନ୍ଦ୍ରାବତୀ ପ୍ରକଳ୍ପ ପଛପଟୁ ସନ୍ଦେହଜନକ ଅବସ୍ଥାରେ ଜଗୁଆଳିର ମୃତଦେହ ଉଦ୍ଧାର
