(୨୧/୭) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଓଲମା ଗ୍ରାମର କାଜୁ ବଗିଚା ଠାରେ ଏକ ଅଚିହ୍ନା ଯୁବକର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।ଜଣେ ଅଚିହ୍ନା ଯୁବକର ଶବକୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖି ତେନ୍ତୁଳିଖୁଣ୍ଟି ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଏସ ଆଇ ପ୍ରକାଶ ଚନ୍ଦ୍ର ପାତ୍ର ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ ଅଚିହ୍ନା ଯୁବକଙ୍କ ଠିକଣା ଜଣା ପୋଡ଼ି ନଥିବା ବେଳେ ମୃତ ଯୁବକ ଙ୍କ ବୟସ ୨୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି।ଯୁବକଙ୍କ ମୃତ୍ୟୁ କୁ ନେଇ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡି ନଥିବା ବେଳେ ପୋଲିସ ଏହାର ଅଧିକ ତଦନ୍ତ କରୁଛି। (ରିପୋର୍ଟ-ବାବୁଲି ଗଣ୍ଡ)
କାଜୁ ବଗିଚାରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର।
