(୨୬/୧୦) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗି ପଞ୍ଚାୟତ ଚଚରାଗୁଡ଼ା ଗାଁ ନିକଟସ୍ଥ ଏକ ନଦୀରୁ ଜଣେ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ। ଆଜି ସକାଳୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ଏକ ଅଚିହ୍ନା ବୃଦ୍ଧାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ।ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଖବର ଦେବା ପରେ ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡ଼ା ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ପରିଚୟ ମିଳି ପାରି ନଥିବାବେଳେ ମୃତର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଏହାକୁ ନେଇ ହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଇନ୍ଦ୍ରାବତୀ ନଦୀ ପୋଲ ତଳେ ଏକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେଇଥିବା ବେଳେ ଏବେ ଏହି ବୃଦ୍ଧା ଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି।(ରିପୋର୍ଟ-ବାବୁଲି ଗଣ୍ଡ)
ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର କଲା ପୋଲିସ, ହତ୍ୟା ସନ୍ଦେହ !
