(୦୫/୧୦) ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ସଦର ମହକୁମା ନିକଟସ୍ଥ ଇନ୍ଦ୍ରାବତୀ ବ୍ରିଜ ତଳୁ ଏକ ଯୁବତୀଙ୍କ ମୃତଦେହ କୁ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ଖାତିଗୁଡ଼ା ପାଇକ ସାହିର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଯୁବତୀ ଜଣକ ଗତକାଲି ରାତିରେ ଖାଇସାରି ଶୋଇବା ପରେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ପାରି ନଥିଲେ। ସକାଳୁ ଏକ ଯୁବତୀର ମୃତ ଦେହ ଇନ୍ଦ୍ରାବତୀ ବ୍ରିଜ ତଳେ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖି ଖାତିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଖାତିଗୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘ ଓ ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ ଓ ମାଜିଷ୍ଟ୍ରେଟ ପ୍ରମୁଖ ପହଞ୍ଚି ଶବକୁ ଚିହ୍ନଟ କରିବା ସହ ଶବକୁ ଜବତ କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ଯୁବତୀଙ୍କ ସହ ତାଙ୍କ ସାହିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପ୍ରେମ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ପୁଅ ଓ ଝିଅ ଘର ଲୋକେ ବହୁବାର ଗଣ୍ଡଗୋଳ ହୋଇଥିଲେ। ତେଣୁ ଝିଅ ଘର ଲୋକ ଅନ୍ୟ ଜାତିର ପୁଅ ହୋଇଥିବାରୁ ବାହା ଦେବାକୁ ରାଜି ହୋଇନଥିଲେ। ତେଣୁ ଉକ୍ତ ଯୁବକ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରି ଦୋଷୀକୁ ଫାଶୀ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଆମେ ପୋଲିସକୁ ପଚାରିବାରୁ ଅଭିଯୋଗକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ କହିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ବ୍ରିଜ ତଳୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ।
