ତୁଷୁରାରେ ତେଲନଦୀକୁ ଲମ୍ଫ ଦେଇଥିବା ଗୁଡ଼ଭେଲାର ଦୁଇ ଭଉଣୀଙ୍କ ମୃତ ଦେହ ଅନ୍ୟ ଜିଲ୍ଲାରେ ମିଳିଲା ।


(୧୭/୧୦) ଗତ ୧୫ ତାରିଖ ଦିନ ଦ୍ୱିପ୍ରହରରେ ଗୁଡ଼ଭେଲାର ଜଣେ ବ୍ୟବସାୟୀଙ୍କ ଦୁଇ ଝିଅ ଏକ ସ୍କୁଟି ଯୋଗେ ଆସି ତୁଷୁରା ନିକଟ ଦେଇ ଯାଇଥିବା ତେଲନଦୀକୁ ଲମ୍ଫ ମାରିଥିବା ସୂଚନା ମିଳିଥିଲା । ତେବେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ଅନେକ ପ୍ରଚେଷ୍ଟା ପରେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିବାବେଳେ ଆଜି ସେମାନଙ୍କ ମୃତଦେହକୁ ପଡ଼ୋଶୀ ଦୁଇ ଜିଲ୍ଲାରୁ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ତେଣ୍ଡା ନଦୀକୂଳରେ ସାନଝିଅ ଅଂଚଳ ଅଗୱାଲଙ୍କ ମୃତଦେବ ଠାବ କରା ଯାଇଥିବାବେଳେ ବଡ଼ ଝିଅ ଅନମୋଲ୍‌ଙ୍କ ଶବକୁ ବୋଦ୍ଧ ଜିଲ୍ଲା ଜହ୍ନାପଙ୍କ ଅଂଚଳ ଦେଇ ପ୍ରବାହିତ ହୋଇଥିବା ମହାନଦୀ ନଦୀକୂଳରେ ମିଳିଥିଲା । ଦୁଇ ଭଉଣୀ ତୁଷୁରାକୁ ବୁଲି ଯାଉଛୁ କହି ତେଲନଦୀରେ ଲମ୍ଫ ମାରିଥିଲେ । ଘଟଣା ସମ୍ପର୍କରେ ପୋଲିସ୍ କୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌୍ ଘଟଣାସ୍ଥଳରେ ପହଂଚି ସେଠାରୁ ସ୍କୁଟି ଓ ସେମାନଙ୍କ ଚପଲକୁ ତେଲନଦୀ ପୋଲ ଉପରେ ପାଇଥିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତୁଷୁରାରେ ତେଲନଦୀକୁ ଲମ୍ଫ ଦେଇଥିବା ଗୁଡ଼ଭେଲାର ଦୁଇ ଭଉଣୀଙ୍କ ମୃତ ଦେହ ଅନ୍ୟ ଜିଲ୍ଲାରେ ମିଳିଲା ।