(୨୦/୯) ସ୍ୱାସ୍ଥ୍ୟ ଉପରେ ଗବେଷଣା କରୁଥିବା ୱାସିଂଟନ୍ ବିଶ୍ୱବିଦ୍ୟାଳୟର ‘ଇନଷ୍ଟିଚ୍ୟୁଟ୍ ଫର୍ ମେଟ୍ରିକ୍ସ ଏଣ୍ଡ ଇଭାଲ୍ୟୁସେନ୍’ ଅନୁଷ୍ଠାନ ପ୍ରକାଶ କରିଛି ଯେ, ଜାନୁୟାରୀ ୧ ତାରିଖ ଭିତରେ ରାଜ୍ୟରେ ୧୧୦୦୦ ଲୋକଙ୍କର ମୃତ୍ୟୁ ହେବ। ରାଜ୍ୟରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଅଧ୍ୟୟନ କରି ଦୈନିକ ୪୦୦ ଲୋକ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିବେ ବୋଲି ଏହି ସଂସ୍ଥା ଆକଳନ କରିଥିବା ରିପୋର୍ଟରେ କୁହାଯାଇଛି । ଯଦି ସମସ୍ତେ ମାସ୍କ ପିନ୍ଧିବେ, ତେବେ ଦୈନିକ ମୃତ୍ୟୁ ସଂଖ୍ୟା ୧୪୩ ଯାଏଁ କମିଯିବ ବୋଲି ମଧ୍ୟ ଏଥିରେ ପ୍ରକାଶ କରାଯାଇଛି । ଯଦି ଏପରି ହୁଏ, ତେବେ ଜାନୁୟାରୀ ୧ ବେଳକୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ପାଖାପାଖି ୪୧୭୦ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ବର୍ତ୍ତମାନ ବାହାରୁଥିବା ନୂତନ ସଂକ୍ରମଣର ସଂଖ୍ୟା ୧ ଲକ୍ଷରୁ ୩ ଲକ୍ଷ ଯାଏଁ ବୃ୍ଦ୍ଧି ପାଇବ ଓ ଏଥିପାଇଁ ୮୧୪୪ ଟି ଆଇସିୟୁ ଓ ୭୧୬୨ ଟି ଭେଣ୍ଟିଲେଟରର ଆବଶ୍ୟକ ହେବ । ଏହି ସଂସ୍ଥାର ଆକଳନ ଅନୁସାରେ ଝାରଖଣ୍ଡରେ ୧୨,୯୫୮, ଛତିଶଗଡ଼ରେ ୧୭,୮୪୦, ଆନ୍ଧ୍ରପ୍ରଦେଶରେ ୩୩,୫୨୦ କୃ ବୃଦ୍ଧି ପାଇପାରେ ଓ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୯୯,୪୬୮ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ।
ଜାନୁୟାରୀରୁ ଦୈନିକ ୪୦୦ କରୋନା ଆକ୍ରାନ୍ତ ରାଜ୍ୟରେ ମରିବେ ବୋଲି କହିଲା ୱାସିଂଟନ୍ର ଏକ ଗବେଷଣା କେନ୍ଦ୍ର !
