ଆଗାମୀ କାଲି ତାମିଲନାଡ଼ୁର କୋଇମ୍ବାଟୁର ଓ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରୁ ଟ୍ରେନ ଯୋଗେ ଲୋକେ ବଲାଙ୍ଗୀରରେ ପହଂଚିବାକୁ ଥିବାରୁ ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ଯାଏଁ ସହରର ବିଭିନ୍ନ ଅଂଚଳରେ ଉପ-ଜିଲ୍ଲାପାଳ କର୍ଫ୍ୟୁ ଘୋଷଣା କରିଛନ୍ତି । କର୍ଫ୍ୟୁ ଘୋଷିତ ଅଂଚଳଗୁଡ଼ିକ ହେଲା:-ରେଳଷ୍ଟେସନ ରୁ ମଦନଗୁଡ଼ିଚା ଛକ ଦେଇ ଭାଗିରଥି ଛକ ଦେଇ କୋଶଳ ଛକ ପର୍ଯ୍ୟନ୍ତ, ବେହେରାପାଲିରୁ କଚେରୀ ଛକ ଦେଇ ସଦରଥାନା ପର୍ଯ୍ୟନ୍ତ, ରେଳଷ୍ଟେସନ ରୁ ସୁଦପଡ଼ା ଦେଇ ବେହେରାପାଲି ରାସ୍ତା ଓଭରବ୍ରିଜ ଦେଇ ପୁଇଁତଲା ପର୍ଯ୍ୟନ୍ତ ଓ ବେହେରାପାଲିରୁ ସମ୍ବଲପୁର ରାସ୍ତା ଦେଇ ଏନ୍ଏଚ୍ ଅଫିସ୍ ରୁ ଲକ୍ଷ୍ମୀଜୋର ନାଳା ପର୍ଯ୍ୟନ୍ତ । ଏଥିପାଇଁ ପୁଇଁତଲା ତହସିଲଦାରଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।
ବଲାଙ୍ଗୀରରେ କାଲି ପୁୁଣି ବିଭିିନ୍ନ ଅଂଚଳରେ ୧୦ ରୁ ୬ ଟା ଯାଏଁ କର୍ଫ୍ୟୁ ଜାରି
