ପାଇକମାଳରେ ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କ୍ରସର ମାଲିକ ଗିରଫ!


(୨୫/୬) ଓଡ଼ିଶାରେ ଦିନକୁ ଦିନ ଦଳିତ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ସୂଚନାନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଚୁହାପାଲି କ୍ରସର ପରିସରରେ ଜଣେ ଦଳିତ ନାବାଳିକାକୁ ଧର୍ଷଣ କରିଥିବା ଅଭିଯୋଗରେ କ୍ରସର ମାଲିକ ନନ୍ଦକିଶୋର ଶ୍ରୀବାସ୍ତବ ଏବଂ ସହଯୋଗୀ ବାଙ୍କିନିଧି ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସଂପୃକ୍ତ ପୀଡ଼ିତା ନାବାଳିକାର ବାପାମା ଅଭିଯୁକ୍ତ କ୍ରସର ମାଲିକ ପାଖରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । କ୍ରସର ମାଲିକ ସେମାନଙ୍କ ପାଇଁ ଏକ ଘର ମଧ୍ୟ ଯୋଗାଇ ଦେଇଥିଲା । ଗତ ୧୪ ତାରିଖ ଦିନ ଉକ୍ତ ନାବାଳିକା ଘରେ ଏକାକୀ ଥିବାର ସୁଯୋଗରେ କ୍ରସର ମାଲିକ ମୋବାଇଲ ରିଚାର୍ଜ କରିବା ବାହାନାରେ ଘରକୁ ଯାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଘଟଣାର କିଛି ଦିନ ପରେ ନାବାଳିକାର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଘଟଣାଟି ଏତେ ଦିନର ହୋଇଥିବାବେଳେ ଉକ୍ତ ଗରିବ ପରିବାରକୁ ଧମକଚମକ ଓ ପଇସାପତ୍ର ଦେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଝିଅ ଓ ତାଙ୍କ ପରିବାର ଲୋକେ ଏଥିପାଇଁ ଭୟଭୀତ ହୋଇ ମିଠାପାଲି ନିକଟସ୍ଥ ଡୁଙ୍ଗୁରୀପାଲିଠାରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ହେଲେ ଗତ ଦୁଇଦିନ ତଳେ ପରିବାର ଲୋକେ ଝିଅକୁ ଧରି ପାଇକମାଳ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ କରି ଘଟଣାରେ ଅଭିଯୁକ୍ତ କ୍ରସର ମାଲିକ ନନ୍ଦକିଶୋର ଶ୍ରୀବାସ୍ତବ ଓ ବାଙ୍କିନିଧି ପ୍ରଧାନକୁୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଂଚଳରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ସେଠିକାର ସରପଂଚ ଏକାକୀ ରହୁଥିବା ଜଣେ ଅନ୍ତେବାସୀଙ୍କୁ ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗରେ ସଂପୃକ୍ତ ସରପଂଚଙ୍କୁ ଗିରଫ କରାଯାଇଥିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପାଇକମାଳରେ ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କ୍ରସର ମାଲିକ ଗିରଫ!