ଦେଶରେ କରୋନା ମାମଲା ସଂଖ୍ୟା ୬୫ ଲକ୍ଷ ଓ ମୃତ୍ୟୁଂସଖ୍ୟା ୧ ଲକ୍ଷକୁ ଟପିଲା, ରାଜ୍ୟରେ ୩୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ।


(୦୪/୧୦) ଗତକାଲି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷକୁ ଟପିଥିବାବେଳେ ଆଜି କରୋନା ମାମଲା ସଂଖ୍ୟା ୬୫,୪୯,୩୭୩ ହୋଇଛି । ଦେଶରେ ଆଜି ୭୫,୮୨୯ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୯୪୦ ଜଣ ଗତ ୨୪ ଘଣ୍ଟା ଭିତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ରାଜ୍ୟରେ ୩୩୨୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଆକ୍ରାନ୍ତଙ୍କ ଭିତରେ ଅନୁଗୁଳର ୧୧୯, ବାଲେଶ୍ୱରର ୧୨୨, ବରଗଡ଼ର ୯୪, ଭଦ୍ରକର ୩୬, ବଲାଙ୍ଗୀରର ୧୦୩, ବୌଦ୍ଧର ୫୪, କଟକର ୨୬୮, ଦେବଗଡ଼ର ୨୧, ଢେଙ୍କାନାଳର ୮୫, ଗଜପତିରର ୨୨, ଗଞ୍ଜାମର ୫୭, ଜଗତସିଂହପୁରର ୮୦, ଯାଜପୁୁରର ୧୪୮, ଝାରସୁଗୁଡ଼ା ଓ ସମ୍ବଲପୁରର ୧୦୭ ଲେଖାଏଁ, କଳାହାଣ୍ଡିର ୭୭, କନ୍ଧମାଳର ୬୦, କେନ୍ଦ୍ରାପଡ଼ାର ୧୦୩, କେନ୍ଦୁଝରର ୧୦୧, ଖୋର୍ଦ୍ଧାର ୬୩୮, କୋରାପୁଟର ୪୫, ମାଲକାନଗିରିର ୧୯, ମୟୁରଭଞ୍ଜର ୧୩୧, ନବରଙ୍ଗପୁରର ୬୧, ନୂଆପଡ଼ାର ୧୪୭, ପୁରୀର ୧୪୦, ରାୟଗଡ଼ାର ୫୩, ସୋନପୁରର ୨୫ ଓ ସୁନ୍ଦରଗଡ଼ର ୯୩ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧୯୪୫ ଜଣ ହୋଇଥିବାବେଳେ ୧୩୮୧ ଜଣ ସ୍ଥାନୀୟ ଲୋକ ସଂସ୍ପର୍ଶ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ ହୋଇଥିବାବେଳେ ୩୩,୫୫୯ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୫ ଜଣ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ସୂଚନା ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଦେଶରେ କରୋନା ମାମଲା ସଂଖ୍ୟା ୬୫ ଲକ୍ଷ ଓ ମୃତ୍ୟୁଂସଖ୍ୟା ୧ ଲକ୍ଷକୁ ଟପିଲା, ରାଜ୍ୟରେ ୩୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ।