(୦୪/୧୦) ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ନିରପେକ୍ଷ ତଦନ୍ତ କରିବା ସହ ସେମାନଙ୍କ ସପକ୍ଷରେ ଛିଡ଼ା ହେବା ଲାଗି ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଗଠନ କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଚୁପ୍ ରହିଥିବା ଦେଖିବାକୁ ମିଳିଛି । ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଘଟଣା ବାବଦରେ ସ୍ୱତ୍ତପ୍ରବୃତ୍ତ ଭାବେରେ ଗୁରୁତର ସହ ନ ନେଇ ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଗଣମାଧ୍ୟମକୁ ଦେଇଥିବା ବିବୃତିରେ ଘଟଣାକୁ ସନ୍ଦେହ କଲା ଭଳି ବିବୃତି ରଖିଥିବା ଅଭିଯୋଗ ହୋଇଛି । ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନିଧି ସାକେତ୍ ଗୋଖଲେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ସେ ଅମିତ ମାଲବିଆଙ୍କ ନାମରେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ଏକ ଗୁରୁତର ଅଭିଯୋଗ କରିଥିଲେ । ଅମିତ ମାଲବିଆ ପୀଡ଼ିତାଙ୍କ ଏକ ଭିଡିଓ ତାଙ୍କ ଟ୍ୱିଟର୍ ହେଣ୍ଡଲ୍ରେ ସେଆର କରିଥିଲେ, ଯାହା ଫଳରେ ମୃତ ହେଉ କି ଜୀବିତ କୌଣସି ପୀଡ଼ିତାଙ୍କ ପରିଚୟ କେହି ଦେବାକୁ ଧାରା ୨୨୮ଏ(୨) ଅନୁଯାୟୀ ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଏ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ଅମିତ ମାଲବିଆ ଗତ ୨ ତାରିଖ ଦିନ ତାଙ୍କ ଟ୍ୱିଟର ହେଣ୍ଡଲ୍ରେ ପୀଡ଼ିତାଙ୍କ ଭିଡିଓ ସେଆର କରି ଏହି ଆଇନର ଖିଲାପ କରିବା ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିଛନ୍ତି । ତେଣୁ ଅମିତ ମାଲବିଆଙ୍କ ବିରୁଦ୍ଧରେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜଣାଇଥିଲେ । କିନ୍ତୁ ଇତିମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ କୌଣସି ପଦକ୍ଷେପ ନ ନେଇ ଆୟୋଗର ଅଧ୍ୟକ୍ଷା ଗଣମାଧ୍ୟମକୁ ଏକ ବିବୃତି ଦେଇଛନ୍ତି । ବିବୃତିରେ ସେ ଦର୍ଶାଇଛନ୍ତି ଯେ, ଅମିତ ମାଲବିଆ ପୀଡ଼ିତାଙ୍କ ଭିଡିଓ ସେଆଇ କରି ଅପରାଧ କରିଛନ୍ତି, “ଯଦି ସେ ପ୍ରକୃତରେ ଦୁଷ୍କର୍ମର ଶୀକାର ହୋଇଥିବେ ।” ଏହାକୁ ନେଇ ସାକେତ୍ ଗୋଖ୍େଲ ଆପତ୍ତି ଉଠାଇଛନ୍ତି । ଏଫଆଇଆର୍ରେ ଧର୍ଷଣ ହୋଇଥିବା ଘଟଣା ସ୍ପଷ୍ଟ ଭାବେ ଉଲ୍ଲେଖ ଥିବାବେଳେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ର ଅଧ୍ୟକ୍ଷା କେମିତି ତାହା ଦେଖାଯାଉ ନାହିଁ? ପୀଡ଼ିତା ଝିଅ ଜଣେ ଦଳିତ ବର୍ଗର ହୋଇଥିବାରୁ ଅମିତ ମାଲବିଆଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି, କିି ଅମିତ ମାଲବିଆ ବିଜେପି ଆଇଟି ସେଲ୍ ମୁଖ୍ୟ ହୋଇଥିବାରୁ ସେ ଘଟଣାକୁ ଅଣଦେଖା କରୁଛନ୍ତି ବୋଲି ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଶ୍ନ କରିଛନ୍ତି ।
ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ‘ରାଷ୍ଟ୍ରୀୟ ମହିଳା ଆୟୋଗ’ ଅଧ୍ୟକ୍ଷାଙ୍କ ଭୂମିକାକୁ ନେଇ ସମାଲୋଚନା !
