(୦୫/୭) ‘ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ’(ଆଇସିଏମ୍ଆର୍) ପକ୍ଷରୁ ନିକଟରେ କୁହାଯାଇଥିଲା ଯେ ବିଶ୍ୱର ପ୍ରଥମ କରୋନା ଟୀକା ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ବୋଲି କହିବାର ଦିନକ ପରେ ‘ସେଲ୍ୟୁଲାର ଏବଂ ଆଣବିକ ଜୀବ ବିଜ୍ଞାନ କେନ୍ଦ୍ର’(ସିଏସ୍ଆଇଆର୍) ର ଜଣେ ଶୀର୍ଷ ସ୍ତରୀୟ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭ ଆଡ଼କୁ ଆସିବ ବୋଲି ଆଶା କରାଯାଇପାରେ କାରଣ ଏଥିପାଇଁ ଅନେକ ପରୀକ୍ଷା ନିରୀକ୍ଷା କରିବାକୁ ପଡ଼ିବ । ପିଟିଆଇ କୁ ଦେଇଥିବା ଏକ ବିବୃତିରେ ସଂସ୍ଥାର ନିର୍ଦ୍ଦେଶକ ରାକେଶ କେ ମିଶ୍ର କହିଛନ୍ତି ଯେ, ଯଦି ଆମେ ୍ନିୟମ ମୁୁତାବକ ଏହି ଟୀକା ପ୍ରସ୍ତୁତ କରିବା ତେବେ ଛଅରୁ ଆଠ ମାସ ଏଥିପାଇଁ ନିଶ୍ଚିତ ଲାଗିବ । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ପ୍ରକୃତରେ କୌଣସି ଟୀକା ପ୍ରସ୍ତୁତ କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ, କିନ୍ତୁ ଆମେ ଏପରି ପରିସ୍ଥିତିରେ ଅଛୁ ଯେତେବେଳେ କି ଏହି ଟୀକା ଆମକୁ ଅତ୍ୟନ୍ତ ଜରୁରୀ ଅଛି । ଗତ ଶୁକ୍ରବାର ଦିନ ‘ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ’(ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଥିଲା ଯେ, କେତେକ ବଛାବଛା ଆର୍ୟୁବିଜ୍ଞାନ ସଂସ୍ଥା ଓ କେତେକ ହସପିଟାଲକୁ ଲେଖିଥିଲେ ଯେ, ସ୍ଥାନୀୟ ବାୟୋଟିକ ସଂସ୍ଥାର ମିଳିତ ସହଯୋଗରେ କରୋନା ଭାଇରସ୍ର ଟୀକା ‘କୋଭେକ୍ସିନ୍’ ର ପରୀକ୍ଷା ନିରୀକ୍ଷା ପାଇଁ ମଞ୍ଜୁରୀ ଦିଆଯାଇଛି ଓ ଏହା ଅଗଷ୍ଟ ୧୫ ତାରିଖ ଦିନଠୁ ଲୋକଙ୍କ ନିମନ୍ତେ ଉପଲବ୍ଧ ହେବ ।
“ ଜାନୁୟାରୀ ମାସ ପୂର୍ବରୁ କରୋନା ଟୀକା ଆସିପାରିବନି !”
