ସାରା ଦେଶରେ ଲକ ଡାଉନ୍ ପାଳନ କରା ଯାଉଥିବାବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ତେ ଜାଣନ୍ତି । ଏହି ପରିସ୍ଥିତିରେ ନବରଙ୍ଗପୁର ଜିଲ୍ଲାସ୍ଥିତ ବେସରକାରୀ ସଂଗଠନ ‘ଡ୍ରିମ୍ ଇଣ୍ଡିଆ ଟ୍ରାନ୍ସଫର୍ମେସନ୍’ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି । ତେଣ୍ଡୁଳିଖୁଣ୍ଟି ବ୍ଲକ୍ ର ୨୦୧ ଟି ଗରିବ ଓ ଅସହାୟ ପରିବାରକୁ କାମାତା ଗ୍ରାମ ପଂଚାୟତର ସମାଜସେବୀ ସରୋଜ ଖୁରାଙ୍କ ନେତୃତ୍ୱରେ ରିଲିଫ ବଣ୍ଟନ କରା ଯାଇଥିବା ଜଣାପଡ଼ିଛି ।
ମହାମାରୀ କରୋନା ଯୋଗୁଁ ଅସହାୟ ଲୋକଙ୍କୁ ‘ଡ୍ରିମ୍ ଇଣ୍ଡିଆ ଟ୍ରାନ୍ସଫର୍ମେସନ୍’ର ରିଲିଫ ବଣ୍ଟନ
