ଭାରତରେ କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି, ସ୍ଥିତି ଉଦ୍‌ବେଗଜନକ! -ପ୍ରଶାନ୍ତ କିଶୋର

ଜଣାଶୁଣା ରାଜନୀତି ବିଶ୍ଲେଷକ ପ୍ରଶାନ୍ତ କିଶୋର କରୋନା ସମ୍ପର୍କରେ ଏକ ଅଧ୍ୟୟନ କରି ସୂଚନା ଦେଇଛନ୍ତି ଯେ, କେତେକ ଦେଶକୁ ଛାଡ଼ିଦେଲେ ଭାରତରେ ଦ୍ରୁତ ଗତିରେ କରୋନା ଭୂତାଣୁର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛିିି । ଏତେ ଦିନଯାଏଁ ଯେତେ ଲକ୍ ଡାଉନ୍ କରିଥିଲେ କି ‘ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ’ ବୋଲି ଯେତେ ଶ୍ଲୋଗାନ୍ ଦେଇଥିଲେ ବି ଭାରତରେ ତାହା ଦିନକୁ ଦିନ ଅଧିକ ଖରାପ ଆଡ଼କୁ ଗତି କରୁଛି । ଗତ ୨୦ ମାର୍ଚ୍ଚ ଓ ମେ ୨୦ ର ସ୍ଥିତିକୁ ନେଇ ସେ ଏକ ତୁଳନାତ୍ମକ ବିଚାର ରଖିଛନ୍ତି । ୨୦ ମାର୍ଚ୍ଚରେ ଦେଶରେ ସର୍ବମୋଟ ୧୯୦ ଟି କରୋନା ଆକ୍ରାନ୍ତ ଥିବାବେଳେ ଦୁଇ ମାସ ପରେ ଅର୍ଥାତ ୨୦ ମେ ରେ ତାହା ୧ ଲକ୍ଷ ୧୮ ହଜାର ୪୪୭ କୁ ବୃଦ୍ଧି ପାଇଛି । ସେହିପରି ସେତେବେଳେ ୫ ଦିନର ହାରାହାରି ଦୈନିକ କରୋନା ମାମଲା ୧୬ ଟି ହୋଇଥିବାବେଳେ ଏବେ ତାହା ୫୨୨୫ କୁୁ ବୃଦ୍ଧି ପାଇଛି । ସେତେବେଳେ ମୃତ୍ୟୁହାର ୨.୦୯ ଥିବାବେଳେ ଏବେ ତାହା ୩.୦୨ କୁ ବୃଦ୍ଧି ପାଇଛି । ସେତେବେଳେ କେବଳ ୬୮ ଟି ଜିଲ୍ଲାରେ ଏହା ସୀମିତ ଥିବାବେଳେ ବର୍ତ୍ତମାନ ତାହା ୫୮୫ ରୁ ଅଧିକ ଜିଲ୍ଲାକୁ ବ୍ୟାପିଲାଣି । ସକ୍ରିୟ କରୋନା ମାମଲା କ୍ଷେତ୍ରରେ ଜି-୨୦ ଦେଶ ଭିତରେ ଦକ୍ଷିଣ ଆଫ୍ରିକାରେ ୫.୯୨% ଓ ବ୍ରାଜିଲରେ ୫.୨୩ % ପରେ ଭାରତ ୫.୩୯% ସହ ତୃତୀୟ ସ୍ଥାନରେ ରହିଛି । ସେହିପରି ମୃତ୍ୟୁ କ୍ଷେତ୍ରରେ ଜି-୨୦ ଦେଶ ଭିତରେ ଦକ୍ଷିଣ ଆଫ୍ରିକାରେ ୭.୧୭ %, ମେକ୍ସିକୋରେ ୫.୨୩%. ତାପରେ ବ୍ରାଜିଲ ୫.୧୦% ଓ ତାପରେ ଭାରତ ୪.୫୨% ସହ ଚତୁର୍ଥ ସ୍ଥାନରେ ରହିଥିବା ସେ ତାଙ୍କ ଟ୍ୱିଟରରେ ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love