ଗତକାଲି ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଦିନରେ ୨ ଗୁଣକୁ ବୃଦ୍ଧି।


ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଉଦବେଗଜନକ ପରିସ୍ଥିତି ଆଡ଼କୁ ଗତି କରୁଛି । ଗକକାଲି ଗୋଟିଏ ଦିନରେ ୮୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରା ଯିବା ସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୩୭୭ କୁ ବୃଦ୍ଧି ପାଇଛି । କେବଳ ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୭ ତାରିଖ ଦିନ ୩୪, ୮ ତାରିଖ ଦିନ ୫୧, ୯ ତାରିଖ ଦିନ ୧୯ ଓ ୧୦ ତାରିଖ ଅର୍ଥାତ ଗତକାଲି ୮୩ ଜଣ କରୋନା ଆକ୍ରାନ୍ତଙ୍କୁୁ ଚିହ୍ନଟ କରାଯାଇଛି । ରାଜ୍ୟରେ ୪୫ ଦିନ ଭିତରେ ଯେତେ କରୋନା ମାମଲା ଥିଲା ଏହି ଚାରି ଦିନର କରୋନା ମାମଲା ତାକୁ ପ୍ରାୟ ଦୁଇ ଗୁଣ ବଢ଼େଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ଚାରି ଦିନର ସ୍ଥିତିକୁ ଦେଖିଲେ, ରାଜ୍ୟରେ କରୋନା ମାମଲା ସଂଖ୍ୟା ଆଗାମୀ ଦିନରେ ଚାରି ଅଙ୍କ ଯେ ନ ଛୁଇଁବ, ତାହା କହି ହେବ ନାହିଁ । ଦେଶରେ କରୋନା ମାମଲା ସଂଖ୍ୟା ବର୍ତ୍ତମାନ ୬୭ ହଜାର ୧୬୧ ଥିବାବେଳେ ସେ ଭିତରୁ ୨୦ ହଜାର ୯୬୯ ଜଣ ସୁସ୍ଥ ହେଲେଣି ଓ ୪୩ ହଜାର ୯୮୦ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଦେଶରେ ୨ ହଜାର ୨୧୨ ହୋଇଥିବାବେଳେ ଆମେରିକାରେ ୮୦ ହଜାରର ୭୮୭ ଓ ସାରା ବିଶ୍ୱରେ ୨ ଲକ୍ଷ ୮୩ ହଜାର ୮୬୮ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗତକାଲି ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଦିନରେ ୨ ଗୁଣକୁ ବୃଦ୍ଧି।