(୨୦/୧୦) ଦୁଇ ଦିନ ହେଲା ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରୁ ତଳକୁ ଖସିଛି । ଗତକାଲି ୧୯୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୯୦୪ ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି । ତେବେ ଏଥି ଭିତରୁ ୧୧୧୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ୭୮୯ ଜଣ ସ୍ଥାନୀୟ ସଂସ୍ପର୍ଶ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ଦିଆ ଯାଇଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୨୨୧, ନୂଆପଡ଼ାର ୧୨୮, କଟକର ୧୧୧, ଅନୁଗୁଳର ୧୦୯, କେନ୍ଦ୍ରାପଡ଼ାର ୧୦୬ ଓ ସୁନ୍ଦରଗଡ଼ର ୧୦୦ ହୋଇଥିବାବେଳେ ବାଲେଶ୍ୱରର ୯୦, ବରଗଡ଼ର ୩୫, ଭଦ୍ରକର ୧୯, ବଲାଙ୍ଗୀରର ୬୬, ବୌଦ୍ଧର ୨୪, ଦେବଗଡ଼ର ୨୧, ଢେଙ୍କାନାଳର ୫୦, ଗଜପତିର ୨, ଗଞ୍ଜାମର ୩୯, ଜଗତସିଂହପୁରର ୭୩, ଯାଜପୁରର ୪୯, ଝାରସୁଗୁଡ଼ାର ୫୧, କଳାହାଣ୍ଡିର ୭୬, କନ୍ଧମାଳର ୧୮, କେନ୍ଦୁଝରର ୫୬, କୋରାପୁଟର ୩୬, ମାଲକାନଗିରିର ୩୦, ମୟୁରଭଞ୍ଜର ୯୩, ନବରଙ୍ଗପୁରର ୪୩, ନୟାଗଡ଼ର ୩୨, ପୁରୀର ୪୯, ରାୟଗଡ଼ାର ୧୭, ସମ୍ବଲପୁରର ୪୪ ଓ ସୋନପୁରର ୭୩ ଜଣ ଆକ୍ରାନ୍ତ ଅଛନ୍ତି । ତେବେ ୪୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦ ହୋଇଥିବାବେଳେ ୨, ୪୯,୫୭୫ ଜଣ ଭଲ ହୋଇଥିବାବେଳେ ୨୧,୪୫୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରୁ ତଳକୁ ଖସିଲା, ଗଜପତିରେ ମାତ୍ର ୨ ଜଣ ଚିହ୍ନଟ !
