(୧୧/୧୦) ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫୪୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୦୪ ଜଣ ଓ ସ୍ଥାନୀୟ ସଂସ୍ପର୍ଶରେ ଆସିଥିବା ୧୦୪୨ ଜଣ ରହିଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କ ଭିତରେ ଅନୁଗୁଳର ୨୦୮, ବାଲେଶ୍ୱରର ୧୦୩, ବରଗଡ଼ର ୯୨, ଭଦ୍ରକର ୩୪, ବଲାଙ୍ଗୀରର ୮୫, ବୌଦ୍ଧର ୩୭, କଟକର ୧୩୪, ଦେବଗଡ଼ର ୧୪, ଢେଙ୍କାନାଳର ୨୫, ଗଜପତିର ୧୦, ଗଞ୍ଜାମର ୩୪, ଜଗତସିଂହପୁରର ୮୬, ଯାଜପୁରର ୯୦, ଝାରୁସୁଗୁଡ଼ାର ୫୭, କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ଲେଖାଏଁ, ୭୫, କନ୍ଧମାଳର ୪୯, କେନ୍ଦୁଝରର ୪୩, ଖୋଦ୍ଧା୭ାର ୪୧୦, କୋରାପୁଟର ୭୨, ମାଲକାନଗିରିର ୨୭, ମୟୁରଭଞ୍ଜର ୧୨୦, ନବରଙ୍ଗପୁରର ୬୦, ନୟାଗଡ଼ର ୪୮, ନୂଆପାଡ଼ାର ୮୮, ପୁରୀର ୭୦, ରାୟଗଡ଼ାର ୨୧, ସମ୍ବଲପୁରର ୮୪, ସୋନପୁରର ୪୮ ଓ ସୁନ୍ଦରଗଡ଼ର ୧୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଆଜିର ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ ରେ ପହଂଚିଛି । ଏହା ଭିତରୁ ୨,୨୪,୨୭୩ ଜଣ ଭଲ ହୋଇ ସାରିଥିବାବେଳେ ୨୬,୮୯୧ ଜଣ ଏବେ ବି ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସେହିପରି ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୪,୩୮୩୮ ଜଣ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହ ଦେଶରେ କରୋନା ମାମଲା ସଂଖ୍ୟା ୭୦,୫୩,୩୮୩ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧,୦୮,୩୩୪ ହୋଇଛି ।
ରାଜ୍ୟରେ କରୋନା ମାମଲା ସଂଖ୍ୟା ୨.୫ ଲକ୍ଷ ଓ ଦେଶରେ ୭୦ ଲକ୍ଷକୁ ଟପିଲା ।
