ରାଜ୍ୟରେ କରୋନା ପୁଣି ଭାଙ୍ଗିଲା ରେକର୍ଡ଼ : ଆଜି ୩୯୨୨ ଆକ୍ରାନ୍ତ ଚିହ୍ନଟ, ଅନୁଗୁଳରେ ୨୦୦ ।


(୨୭/୯) ଆଜି କରୋନା ରାଜ୍ୟରେ ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି । ଆଜି ୩୯୨୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେ ଭିତରୁ କ୍ୱାରେଣଣ୍ଟାଇନରୁ ୨୩୦୯ ଜଣ ଓ ସ୍ଥାନୀୟ ଲୋକଙ୍କ ଭିତରୁ ୧୬୧୩ ଜଣ ଅଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଛି । ତେବେ ଅନୁଗୁଳରେ ରେକର୍ଡ଼ ସଂଖ୍ୟକ ପ୍ରଥମ ଥର ପାଇଁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ ଖୋର୍ଦ୍ଧାର ୮୧୮, କଟକର ୩୮୦, କେନ୍ଦୁଝରର ୨୧୨, ପୁରୀର ୧୮୪, ବରଗଡ଼ର ୧୫୪, ମୟୁରଭଞ୍ଜର ୧୪୯, ନୂଆପଡ଼ାର ୧୪୪, ଜଗତସିଂହପୁରର ୧୨୩, ସମ୍ବଲପୁରର ୧୧୭, ଝାରସୁଗୁଡ଼ାର ୧୦୯, କେନ୍ଦ୍ରାପଡ଼ାର ୧୦୭, ସମ୍ବଲପୁର ଓ ଯାଜପୁୁରର ୧୦୩ ଜଣ ଲେଖାଏଁ ଆକ୍ରାନ୍ତ ଥିବାବେଳେ ତା ତଳକୁ ବାଲେଶ୍ୱରର ୭୨, ଭଦ୍ରକର ୫୧, ବଲାଙ୍ଗୀରର ୮୫, ବୌଦ୍ଧର ୪୮, ଦେବଗଡ଼ର ୮, ଢେଙ୍କାନାଳର ୭୬, ଗଜପତିର ୨୨, ଗଞ୍ଜାମର ୩୯, କଳାହାଣ୍ଡିର ୭୩, କନ୍ଧମାଳର ୬୨, କୋରାପୁଟ ଓ ମାଲକାନଗିରିର ୬୯ ଲେଖାଏଁ, ନବରଙ୍ଗପୁରର ୪୦, ନୟାଗଡ଼ ଓ ରାୟଗଡ଼ାର ୪୮ ଲେଖାଏଁ ଏବଂ ସୋନପୁରର ୪୮ ଜଣ ଆକ୍ରାନ୍ତ ରହିଛନ୍ତି । ୨୧୪ ଜଣ ଆକ୍ରାନ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ତେବେ ଆଜି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୯୭୪ ହୋଇଥିବାବେଳେ ସେ ଭିତରୁ ୧,୭୦,୧୯୩ ଜଣ ଭଲ ହୋଇଥିବାବେଳେ ୩୮୩୩୧ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ପୁଣି ଭାଙ୍ଗିଲା ରେକର୍ଡ଼ : ଆଜି ୩୯୨୨ ଆକ୍ରାନ୍ତ ଚିହ୍ନଟ, ଅନୁଗୁଳରେ ୨୦୦ ।