(୧୪/୯) ଆଜି ରାଜ୍ୟରେ କରୋନା ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୧୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ କୁ ବୃଦ୍ଧି ପାଇଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୭୫୮, କଟକର ୩୬୭, ପୁରୀର ୩୧୦, ବଲାଙ୍ଗୀରର ୧୯୭, ସୁନ୍ଦରଗଡ଼ର ୧୯୫, ଯାଜପୁରର ୧୫୬, କେନ୍ଦ୍ରାପଡ଼ାର ୧୪୩, ରାୟଗଡ଼ାର୧୩୬, ମୟୁରଭଞ୍ଜର ୧୩୩, ବାଲେଶ୍ୱର ଓ ସମ୍ବଲପୁରରେ ୧୩୦ ଲେଖାଏଁ, ନୂଆପଡ଼ାର ୧୧୬, ଅନୁଗୁଳର ୧୦୮ ଜଣ ହୋଇଥିବାବେଳେ ତା ତଳକୁ ବରଗଡ଼ର ୯୫, ଭଦ୍ରକର ୫୩, ବୌଦ୍ଧର ୧୯, ଦେବଗଡ଼ର ୩୪, ଢେଙ୍କାନାଳର ୮୦, ଗଜପତିର ୧୪, ଗଞ୍ଜାମର ୪୪, ଜଗତସିଂହପୁରର ୯୭, ଝାରସୁଗୁଡ଼ାର ୯୫, କଳାହାଣ୍ଡିର ୯୩, କନ୍ଧମାଳର ୭୮, କେନ୍ଦୁଝରର ୬୩, କୋରାପୁଟର ୯୯, ମାଲକାନଗିରିର ୨୨, ନବରଙ୍ଗପୁରର ୯୮, ନୟାଗଡ଼ର ୪୩, ସୋନପୁରର ୭୪ ଜଣ ଚିହ୍ନଟ ହୋଇଛନ୍ତି । ୨୧୮ ଜଣ ଆକ୍ରାନ୍ତଙ୍କ ତଥ୍ୟ ବିଭାଗ ଦେଇ ନାହିଁ । ତେବେ ଆଜି ରାଜ୍ୟରେ ୧୧ ଜଣ କରୋନାଦ୍ୱାରା ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସେହିପରି ଦେଶରେ ଗତ ୨୪ ଘଣ୍ଟା ଭିତରେ ୯୨,୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୩୩ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଏହା ସହ ଦେଶରେ ମୋଟ ଜରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୮ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୯,୭୨୨ ହୋଇଛି ।
ରାଜ୍ୟରେ ପୁଣି ରେକର୍ଡ଼ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୪୧୯୮ ଆକ୍ରାନ୍ତ ଚିହ୍ନଟ ।
