ରାଜ୍ୟରେ ୨୫ ଜିଲ୍ଲା ଏବେ କରୋନା ମୁକ୍ତ, ହେଲେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବର୍ତ୍ତମାନ ମିଳିଥିବା ସୂଚନାନୁଯାୟୀ, ଯେଉଁ ୧୦ ଟି ଜିଲ୍ଲାମାନଙ୍କରୁ କରୋନା ଆକ୍ରାନ୍ତ ଥିଲେ ସେ ଭିତରୁ ୫ ଟି ଜିଲ୍ଲାରେ ଆଉ କେହି ବି ଆକ୍ରାନ୍ତ ନାହାନ୍ତି । ସେ ଜିଲ୍ଲାଗୁଡ଼ିକ ହେଲା:-କଳାହାଣ୍ଡି, ସୁନ୍ଦରଗଡ଼, କଟକ, ପୁରୀ ଓ ଢେଙ୍କାନାଳ । ବାକି ୫ ଟି ଜିଲ୍ଲାରେ ସକ୍ରୀୟ ଥିବା ସବୁ କରୋନା ମାମଲାଗୁଡ଼ିକ ସ୍ଥିର ରହିଛି ଓ ସମସ୍ତେ ଭଲ ହୋଇଯିବେ ବୋଲି ଆଶା ରହିଛି । ସୂଚନାଯୋଗ୍ୟ ଯେ, କାଲି ସନ୍ଧ୍ୟା ପରେ ରାଜ୍ୟରେ ଆଉ କାହାଠାରେ ଏହି ଭୂତାଣୁ ଥିନା ରିପୋର୍ଟ ମିଳି ନାହିଁ । ରାଜ୍ୟରେ ପୂର୍ବ କରୋନା ମାମଲା ସଂଖ୍ୟା ୯୪ ରେ ଅପରିବର୍ତ୍ତିତ ରହିଛି ଓ ଦେଶରେ ଏହି ସଂଖ୍ୟା ୨୪୯୪୨ କୁ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୭୭୯ ହେଲାଣି । ସର୍ବାଧିକ ଆକ୍ରାନ୍ତ ଥିବା ଆମେରିକାରେ କରୋନା ମାମଲା ୯ ଲକ୍ଷ ୨୯ ହଜାର ୮୪୧ ହୋଇଥିବାବେଳେ ସେଠିକାର ମୃତକଙ୍କ ସଂଖ୍ୟା ୫୨ ହଜାର ୮୪୩ ରହିଛି । ବିଶ୍ୱବ୍ୟାପୀ କରୋନାର ପ୍ରଭାବ ଉପରେ ନଜର ପକାଇଲେ ଜଣାଯାଏ ଯେ, ବର୍ତ୍ତମାନଯାଏଁ କରୋନାଦ୍ୱାରା ୨ ଲକ୍ଷ ୪୩୬ ଜଣ ଲୋକ ମୃତ୍ୟୁ ବରଣ କରି ସାରିଥିବାବେଳେ ୧୮ ଲକ୍ଷ ୪୮ ହଜାର ୨୦୯ ଟି ସକ୍ରିୟ ମାମଲା ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ୨୫ ଜିଲ୍ଲା ଏବେ କରୋନା ମୁକ୍ତ, ହେଲେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ