(୧୭/୧୦) ବଲିଉଡ୍ ଫିଲ୍ମ ଅଭିନେତ୍ରୀ ତଥା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବା କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚଣ୍ଡେଲଙ୍କ ନାମରେ ଥାନାରେ ଏଫଆଇଆର୍ ପଞ୍ଜିକୃତ କରିବାକୁ ବାନ୍ଦ୍ରାର କୋର୍ଟ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ କଙ୍ଗନା ଅନେକ ସମୟରେ ଗଣମାଧ୍ୟମ ଓ ସୋସିଏଲ୍ ମିଡିଆ ମାଧ୍ୟମରେ ଅନେକ ମିଥ୍ୟା ତଥ୍ୟ ଦେଇ ସାମ୍ପ୍ରଦାୟିକ ଭେଦଭାବ ଜନ୍ମାଇବା ଭଳି ଲଗାତାର ମନ୍ତବ୍ୟ ଦେଇଥିଲେ । କୋର୍ଟ ଏହି ଘଟଣାରେ ପ୍ରାଥମିକ ସତ୍ୟତା ଥିବା ପ୍ରକାଶ କରିଛନ୍ତି ବୋଲି ‘ଲାଇଭ୍ ଲ’ ପ୍ରକାଶ କରିଛି । ଇତିମଧ୍ୟରେ ଉଭୟ ଭଉଣୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ଖବର ଆସିଛି ।
କଙ୍ଗନା ରଣାୱତ ଓ ତାଙ୍କ ଭଉଣୀଙ୍କ ନାମରେ ଏଫଆଇଆର୍ ପଞ୍ଜିକୃତ କରିବାକୁ ମୁମ୍ବେର ଏକ କୋର୍ଟର ଆଦେଶ !
