ଆବଶ୍ୟକସ୍ଥଳେ ବ୍ୟକ୍ତିଗତ ଉପସ୍ଥିତିରେ ବି କୋର୍ଟ କାର୍ଯ୍ୟ ଚାଲିପାରିବ ବୋଲି ହାଇକୋର୍ଟଙ୍କ ଅନୁମତି


(୨୩/୮) ରାଜ୍ୟରେ ଥିବା ସମସ୍ତ ନିମ୍ନ ଅଦାଲତଗୁଡ଼ିକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଫିସ ସମୟରେ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟ କରିବାକୁ ଓଡ଼ିଶା ହାଇକୋର୍ଟ ଆଦେଶ ଦେଇଛନ୍ତି । କିନ୍ତୁ ସେପ୍ଟେମ୍ବର ୧୬ ଯାଏଁ ହାଇକୋର୍ଟ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି । କରୋନା ମହାମାରୀ ଯୋଗୁଁ ଗତ ଚାରି ମାସ ହେଲା ରାଜ୍ୟରେ ନିମ୍ନ ଅଦାଲତଗୁଡ଼ିକ ସୀମିତ ସମୟଯାଏଁ କାର୍ଯ୍ୟ କରୁଥିଲେ । ଯେଉଁ ଅଂଚଳକୁ ଲକଡାଉନ୍‌, ସଟ୍ ଡାଉନ୍ ବା କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରାଯାଇ ନଥିବା ସେହି ସ୍ଥାନମାନଙ୍କରେ କୋର୍ଟ କାମ ଚାଲିପାରିବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଆହୁରିମଧ୍ୟ, ଯେଉଁ ଅଂଚଳମାନଙ୍କରେ ଇଣ୍ଟରନେଟ୍ ସଂଯୋଗ ଠିକରେ କାମ କରୁ ନାହିଁ ବା କୌଣସି ବୈଷୟୀକ ତୃଟି ରହିଛି, ସେହି ଅଂଚଳମାନଙ୍କରେ କରୋନାର କଟକଣା ନଥିଲେ ମାସ୍କ ପିନ୍ଧି ଓ ଆବଶ୍ୟକୀୟ ଦୂରତାକୁ ବଜାୟ ରଖି କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତି ସହ କୋର୍ଟକାମ କରାଯାଇ ପାରିବ ବୋଲି ଅନୁମତି ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆବଶ୍ୟକସ୍ଥଳେ ବ୍ୟକ୍ତିଗତ ଉପସ୍ଥିତିରେ ବି କୋର୍ଟ କାର୍ଯ୍ୟ ଚାଲିପାରିବ ବୋଲି ହାଇକୋର୍ଟଙ୍କ ଅନୁମତି