(୧୮/୭) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗ୍ରାମ ପଞ୍ଚାୟତରେ ସରକାର ଗରିବ ଲୋକମାନଙ୍କ ପାଇଁ ସାହାଯ୍ୟ ଆସିଥିବା କରୋନା, ଟଙ୍କା ଓ ରାସନ ସାମଗ୍ରୀକୁ ଆତ୍ମସାତ କରିଥିବା କାମତା ପଂଚାୟତ ବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ କରୋନା ରୋଗରେ ସାରା ବିଶ୍ୱ କଲବଲ ହୋଇ ଲୋକେ ନିଜର ଜୀବିକା ହରାଇ ବସିଛନ୍ତି। ଖାଇବାକୁ ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ଦୁର୍ଦ୍ଧିନ ସମୟରେ ସରକାର ଗରିବ ଲୋକ ମାନଙ୍କୁ ପାଇଁ ପ୍ରତି ରାସନ କାର୍ଡ଼ ପିଛା ୧୦୦୦/-ଟଙ୍କା, ୧୦ କିଲୋ ଚାଉଳ, ୩ କିଲୋ ଡାଲି ସହାୟତା ପ୍ରଦାନ କରିଥିବା ବେଳେ ତାହା ଏବେ ସୁଦ୍ଧା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ଆଉ ଏପରିକି ଅନ୍ୟ କେତେକ ହିତାଧିକାରୀଙ୍କ କାର୍ଡ଼ରେ ରାସନ ମିଳିଥିବା ଦର୍ଶା ଯାଇଥିଲେ ବି ସେମାନେ ପାଇ ନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଆସିଥିବା ସମସ୍ତ ସହାୟତାକୁ କାମତା ପଂଚାୟତର ଯୋଗାଣ ସହାୟକ ବସନ୍ତ ସଗରିଆ ତାହା ଆତ୍ମସାତ କରିଥିବା ପଂଚାୟତ ବାସୀ ଅଭିଯୋଗ କରିଛନ୍ତି।ଏହା ବ୍ୟତୀତ ହିତାଧିକାରୀଙ୍କୁ ରାସନ କାର୍ଡ଼ କରାଇ ଦେବାକୁ ୨୦୦୦ ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ୫୦୦୦ ଟଙ୍କା ନେଇଥିବା ହିତାଧିକାରୀ ମାନ ଅଭିଯୋଗ କରିଛନ୍ତି। ବିପତ୍ତି ସମୟରେ ସରକାର ଙ୍କ ଠାରୁ ଆସିଥିବା ସହାୟତା ସାମଗ୍ରୀକୁ କେଉଁ ସାହସରେ ଯୋଗାଣ ସହାୟକ ଆତ୍ମସାତ କରିଛନ୍ତି ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ନୁହେଁ କି ? ଏହି ଘୃଣ୍ୟ କାର୍ଯ୍ୟରେ ଏକମାତ୍ର ଯୋଗାଣ ସହାୟକ ସଂଶ୍ଲିଷ୍ଟ ଅଛନ୍ତି ନା ଏହାର ଚେର ଅଧିକ ଦୂରକୁ ଲମ୍ବିଛି ତଦନ୍ତ ହେବା ଆବଶ୍ୟକ। ପୂର୍ବରୁ ମଧ୍ୟ ଏହି ଯୋଗାଣ ସହାୟକ ବସନ୍ତ ସଗରିଆଙ୍କ ନାମରେ ଅନେକ ଅଭିଯୋଗ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ବିଧିବଦ୍ଧ ତଦନ୍ତ କରି ଏହି କେଳେଙ୍କାରୀରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । (ରିପୋର୍ଟ-ବାବୁଲି ଗଣ୍ଡ)
କରୋନା ସହାୟତା ସାମଗ୍ରୀ ଆତ୍ମସାତ୍ : ଯୋଗାଣ ସହାୟକ ମାଲାମାଲ୍ !
