ରଷିଆ ପ୍ରସ୍ତୁତ କରିଥିବା କରୋନା ଟୀକା ସୁରକ୍ଷିତ ବୋଲି ପ୍ରାଥମିକ ମାନବିକ ପରୀକ୍ଷଣରୁ ଜଣାଗଲା !


(୦୫/୯) ନିକଟରେ ରଷିଆ ପ୍ରସ୍ତୁତ କରିଥିବା କରୋନା ଟୀକାର କୌଣସି ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ପ୍ରାଥମିକ ମାନବିକ ପରୀକ୍ଷଣରୁ ଜଣାପଡ଼ିଥିବା କେତେକ ସୂତ୍ରରୁ ଜଣାପଡ଼ିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗବେଷକମାନେ ୧୮ ରୁ ୬୦ ବର୍ଷ ବୟସ୍କ ୭୬ ଜଣ ସୁସ୍ଥ ଲୋକଙ୍କଠାରେ ଦୁଇ ପର୍ଯ୍ୟାୟରେ ପରୀକ୍ଷା କରିଥିଲେ ଓ ସେଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇ ନଥିବା ଜଣାପଡ଼ିଥିବା ରଷିଆର ଏକ ଗବେଷଣା ସଂସ୍ଥା ପ୍ରକାଶ କରିଛି । ଏଥିରେ ଲମ୍ବା ସମୟ ଓ ବୃହତ ଆକାରରେ ପରୀକ୍ଷଣର ଆବଶ୍ୟକ ଅଛି ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ରଷିଆ ଏ ସମ୍ପର୍କରେ ସର୍ବସାଧାରଣରେ ଜଣାଇ ଥିବାରୁ ଅନେକେ ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ରଷିଆ ‘ସ୍ପଟନିକ୍ ଭି’ ନାମକ ଏକ ଟୀକା ପ୍ରସ୍ତୁତ କରୁଥିବା ଜଣାପଡ଼ିଥିଲା । ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ୪୦,୦୦୦ ଲୋକଙ୍କୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରଷିଆ ପ୍ରସ୍ତୁତ କରିଥିବା କରୋନା ଟୀକା ସୁରକ୍ଷିତ ବୋଲି ପ୍ରାଥମିକ ମାନବିକ ପରୀକ୍ଷଣରୁ ଜଣାଗଲା !