(୦୯/୭) ରାଜ୍ୟରେ ଯେଭଳି ଭାବେ ନୂଆ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି, ଆଗକୁ କିଭଳି ପରିସ୍ଥିତ ହେବ ତାହା କହିବା ମୁୁସ୍କିଲ ପରି ଲାଗୁଛି । ଆଜି ପୁଣି ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗି ୫୭୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ ହୋଇଥିବାବେଳେ ୪୧୨୮ ଜଣ ଏବେ ବି ଚିକିତ୍ସାଧିନ ଥିବା ଜଣାପଡ଼ିଛି । ତେବେ ରାଜ୍ୟରେ ଆହୁରି ୬ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭ କୁ ବୃଦ୍ଧି ପାଇଛି । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୧ ହଜାର ୧୨୯ ହୋଇଥିବା ସୂଚନା ମିଳିଛି । ଏ ଭିତରୁ ୨ ଲକ୍ଷ ୭୨ ହଜାର ୧୭୦ ଜଣ ଏବେ ବି ଚିକିତ୍ସାଧିନଥିବାବେଳେ ୨୧ ହଜାର ୧୭୪ ଜଣ ମୃତ୍ୟୁ ବରଣ କଲେଣି । ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାରେ ମହାରାଷ୍ଟ୍ରରେ ୨,୨୩, ୭୪ ଆକ୍ରାନ୍ତଙ୍କ ସହ ୧ ମ ସ୍ଥାନ, ତାମିଲନାଡ଼ୁରେ ୧,୨୨, ୩୫୦ ସହ ୨ୟ ସ୍ଥାନ ଓ ଦିଲ୍ଲୀରେ ୧,୦୪,୯୬୪ ସହ ୩ ୟ ସ୍ଥାନରେ ଥିବା ସୂଚନା ମିଳିଛି । ତେବେ ଯାହା ଅନୁମାନ କରାଯାଉଛି, କରୋନା ପାଇଁ ବିଶେଷ ଭୟଭୀତ ହେବାର ଆବଶ୍ୟକ ନାହିଁ । ଟୀକା ନ ବାହାରିବାଯାଏଁ ସତର୍କତାମୂଳକ ପଦକ୍ଷେପ ଭାବରେ କେବଳ ମାସ୍କ ଓ ଲୋକଙ୍କଠୁ ଆବଶ୍ୟକୀୟ ଦୂରତ୍ୱ ବଜାୟ ରଖିବା ହି ଏବେ ଉପାୟ । ଏହାର ଟୀକା ବାହାରିଗଲେ ଏହି ରୋଗ ବି ଆଉ ବିଶେଷ କ୍ଷତି କରି ପାରିବ ନାହିଁ । ତେବେ ବିଶେଷଜ୍ଞ ମାନଙ୍କ କହିବାନୁସାରେ କରୋନା ଟୀକା ଡିସେମ୍ବର-ଜାନୁଆରୀ ମାସ ଭିତରେ ବଜାରକୁ ଆସିଯିବ । କେତେକ ତ ଏମିତି ବି ଆଲୋଚନା କରୁଛନ୍ତି ଯେ, ରାଜ୍ୟରେ କରୋନା ଯାଂଚ ପାଇଁ ବ୍ୟବହୃତ ହେଉଥିବା ଟେଷ୍ଟିଂ କିଟ୍ରେ ତୃଟି ରହି ନଥିବ ବୋଲି କିଏ ବା କହିପାରେ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା ଖୁବ୍ କମ୍ ଥିବାରୁ କରୋନା ଯାଂଚକୁ ନେଇ ଲୋକେ ସନ୍ଦେହ ମଧ୍ୟ କରୁଛନ୍ତି ।
ରାଜ୍ୟରେ ଗୋଟେ ପରେ ଗୋଟେ ରେକର୍ଡ଼ ଭାଙ୍ଗୁଛି କରୋନା, ଏଥର ୫୭୭ ହେଲା।
