(୨୬/୮) ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୩୭୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ରାଜ୍ୟରେ କେବେ ଚିହ୍ନଟ କରାଯାଇଥିବା ନଜୀର ନାହିଁ । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୫୪୭, କଟକର ୩୫୭, ଗଞ୍ଜାମର ୧୯୬, ଯାଜପୁରର ୧୭୩, ନୟାଗଡ଼ର ୧୭୧, ସୁନ୍ଦରଗଡ଼ର ୧୫୪, ରାୟଗଡ଼ାର ୧୪୬, ପୁରୀର ୧୪୧, ମାଲକାନଗିରିର ୧୩୪, ଭଦ୍ରକର ୧୧୪, ସମ୍ବଲପୁରର ୧୦୭ ଜଣ ଥିବାବେଳେ ଅନୁଗୁଳର ୬୩, ବାଲେଶ୍ୱର ଓ ବରଗଡ଼ର ୯୮ ଲେଖାଏଁ, ବଲାଙ୍ଗୀରର ୭୬, ବୌଦ୍ଧର ୪, ଦେବଗଡ଼ର ୮, ଢେଙ୍କାନାଳର ୬୭, ଗଜପତିର ୪୧, ଜଗତସିଂହପୁରର ୯୫, ଝାରସୁଗୁଡ଼ାର ୯୩, କଳାହାଣ୍ଡିର ୨୮, କନ୍ଧମାଳର ୪୧, କେନ୍ଦ୍ରାପଡ଼ାର ୭୬, କେନ୍ଦୁଝରର ୭୪, କୋରାପୁଟର ୯୧, ମୟୁରଭଞ୍ଜର ୯୨, ନବରଙ୍ଗପୁରର ୬୫, ନୂଆପଡ଼ାର ୧୫ ଓ ସୋନପୁରର ୩ ଜଣ ଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ହୋଇଥିବାବେଳେ ୫୯,୪୭୦ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଓ ୨୭,୬୩୮ ଜଣ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଆହୁରିମଧ୍ୟ, ଆଜି ରାଜ୍ୟରେ କରୋନା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୪୪୧ କୁ ବୃଦ୍ଧି ପାଇଛି ।
କରୋନା ଭାଙ୍ଗିଲା ରେକର୍ଡ଼ : ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ
