କରୋନା ଭାଙ୍ଗିଲା ନିଜ ରେକର୍ଡ଼ : ଦିନକରେ ରାଜ୍ୟରେ ୧୬୦୨ ଓ ଦେଶରେ ୫୭,୧୧୭ ନୂଆ ମାମଲା

(୦୧/୮) ରାଜ୍ୟରେ ଦିନକୁ ଦିନ କରୋନା ପରିସ୍ଥିତ ଗମ୍ଭୀର ଆଡ଼କୁ ଗତି କରିବାରେ ଲାଗିଛି । ଆଜି କରୋନା ତାର ପୂର୍ବର ସମସ୍ତ ରେକର୍ଡ଼କୁ ଭାଙ୍ଗି ୧୬୦୨ ଟି ନୂଆ ମାମଲା ରାଜ୍ୟରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୩୦୮, ଖୋର୍ଦ୍ଧାର ୨୮୫, ରାୟଗଡ଼ାର ୧୬୪, ଗଜପତିର ୧୦୮, ସୁନ୍ଦରଗଡ଼ରନ୬୨, କଟକର ୫୪, ପୁରୀର ୫୦, ଢେଙ୍କାନାଳର ୪୯, କୋରାପୁଟର ୪୬, ଯାଜପୁରର ୪୪, ସମ୍ବଲପୁର ଓ ମୟୁରଭଞ୍ଜର ୩୯ ଲେଖାଏଁ, ବଲାଙ୍ଗୀରର ୩୮, ନୟାଗଡ଼ର ୩୩, କେଉଁଝରର ୩୧ ତଥା କଳାହାଣ୍ଡି ଓ ମାଲକାନଗିରିର ୩୦ ଜଣ ଲେଖାଏଁ ରହିଛନ୍ତି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ କୁ ଛୁଇଁଥିବାବେଳେ ୧୨୭୩୭ ଜଣ ଏବେ ବି ଚିକିତ୍ସାଧିନ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାପଡ଼ିଛି । ଗତକାଲି ମଧ୍ୟ ଦେଶରେ ୫୫୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୫୭,୧୧୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୬,୯୫,୯୮୮ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୬,୫୧୧ ରେ ପହଂଚିଛି । ଖୁବ ଶୀଘ୍ର ଦେଶରେ ଦୈନିକ ୧ ଲକ୍ଷ ଆକ୍ରାନ୍ତ ବାହାରିବେ ଓ ଏହା ଆମେରିକାକୁ ଅକ୍ଟୋବର ପହିଲା ସୁ୍‌ଦ୍ଧା ପଛରେ ପକାଇ ଦେବ ବୋଲି ମନେ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ଭାଙ୍ଗିଲା ନିଜ ରେକର୍ଡ଼ : ଦିନକରେ ରାଜ୍ୟରେ ୧୬୦୨ ଓ ଦେଶରେ ୫୭,୧୧୭ ନୂଆ ମାମଲା