ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା କରୋନା : ଗୋଟିଏ ଦିନରେ ୫୬୧ କରୋନା ପଜିଟିଭ ଚିହ୍ନଟ

ବିଶ୍ୱରେ ୧ କୋଟି ୧୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

(୦୩/୭) ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୫୬୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆଜିର ରେକର୍ଡ଼ ପୂର୍ବର ସମସ୍ତ ରେକର୍ଡ଼କୁ ଭାଙ୍ଗି ଦେଇଛି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ କୁୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ ଗଞ୍ଜାମର ୨୮୩, ଖୋର୍ଦ୍ଧାର ୨୬, କଟକର ୮୨, ଯାଜପୁରର ୩, ଜଗତସିଂହପୁରର ୬, ପୁରୀର ୧, କେନ୍ଦ୍ରାପଡ଼ାର ୨, ଭଦ୍ରକର ୧,ମୟୁରଭଞ୍ଜର ୧୦, ସୁନ୍ଦରଗଡ଼ର୩, ବଲାଙ୍ଗୀରର ୧୯, କେନ୍ଦୁଝରର ୬, ବରାଗଡ଼ର ୨୧, ଝାରସୁଗୁଡ଼ାର ୨, ରାୟଗଡ଼ାର ୭୬, ଢ଼େଙ୍କାନାଳର ୩, କଳାହାଣ୍ଡିର ୫, ସମ୍ବଲପୁୁରର ୮ ଜଣ ଓ କୋରାପୁଟର ୪ ଜଣ ଚିହ୍ନଟ ହୋଇଛନ୍ତି । ଏଯାଏଁ ରାଜ୍ୟରେ ୫୫୦୨ ଜଣ କରୋନା ଆକ୍ରାନ୍ତ ଭଲ ହୋଇଥିବାବେଳେ ଏବେ ବି ୨୫୬୭ ଜଣ ଚିକିତ୍ସାଧିନ ଅଛନ୍ତି । ଆଜି ଆହୁରି ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୮ ହଜାର ୪୪୫ ରେ ପହଂଚିଥିବାବେଳେ ଏବେ ମଧ୍ୟ ୨ ଲକ୍ଷ ୨୯ ହଜାର ୬୯୬ ଜଣ ଚିକିତ୍ସାଧିନ ଅଛନ୍ତି । ଆଜିର ୧୬ ଜଣ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୪୧ ହେଲାଣି । ଆମେରିକାର ପରିସ୍ଥିତିକୁ ନଜର କଲେ, ସେଠାରେ ୨୮ ଲକ୍ଷରୁ ଅଧିକ କରୋନା ମାମଲା ଥିବାବେଳେ ସେଠାରେ ଏବେ ମଧ୍ୟ ୧୫ ଲକ୍ଷରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ଓ ସେଠାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୧ ହଜାର ୪୮୫ ହେଲାଣି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କରୋନା ରୋଗର ଉତ୍ପତ୍ତି ହୋଇଥିବା ଚୀନରେ ସର୍ବମୋଟ ୮୩ ହଜାର ୫୪୨ ଟି ମାମଲା ଭିତରୁ ମାତ୍ର ୪୦୯ ଜଣ ଏବେ ଚିକିତ୍ସାଧିନ ଅଛନ୍ତି । ଆଉ ବିଶ୍ୱର କରୋନା ପରିସ୍ଥିତିକୁ ଦେଖିଲେ, ଏଯାଏଁ ସାରା ବିଶ୍ୱରେ ସର୍ବମୋଟ ୧ କୋଟି ୧୦ ଲକ୍ଷ ୧୧ ହଜାର ୫୭୭ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାବେଳେ ୪୩ ଲକ୍ଷ ୧୭ ହଜାର ୫୩୪ ଜଣଙ୍କ ଏବେ ମଧ୍ୟ ଚିକିତ୍ସା ଚାଲିଛି ଓ ୫ ଲକ୍ଷ ୨୪ ହଜାର ୫୮୧ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା କରୋନା : ଗୋଟିଏ ଦିନରେ ୫୬୧ କରୋନା ପଜିଟିଭ ଚିହ୍ନଟ