ଓଡ଼ିଶାରେ ସମବାୟ ବ୍ୟାଙ୍କ କୃଷି ଋଣ ପ୍ରଦାନ କରିବା ଲକ୍ଷ୍ୟ ହାସଲ କରିବାରେ ବିଫଳ


(୧୭/୮) ଚଳିତ ଖରିଫ ଋତୁରେ ସରକାର ଧାର୍ଯ୍ୟ କରିଥିବା ଚାଷୀଙ୍କୁ କୃଷି ଋଣ ପ୍ରଦାନ କରିବା ଲକ୍ଷ୍ୟ ହାସଲ କରିବାରେ ରାଜ୍ୟର ସମବାୟ ବ୍ୟାଙ୍କଗୁଡ଼ିକ ବିଫଳ ହୋଇଥିବା ଜଣାପଡ଼ିଛି । ଜିଲ୍ଲାମାନଙ୍କରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ସରକାର ଜୁଲାଇ ମାସ ଶେଷ ସୁଦ୍ଧା ଯାଏଁ ୭୬୫୦ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ହେଲେ ବ୍ୟାଙ୍କଗୁଡ଼ିକ ୬୯୫୪.୭୬ କୋଟି ଟଙ୍କା କେବଳ ଚାଷୀଙ୍କୁ ଦେଇ ପାରିଛନ୍ତି । ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରି ଫେରିଥିବା ଚାଷୀଙ୍କୁ ଉତ୍ସାହିତ କରିବାକୁ ଚାଷକାମ ପାଇଁ କମ୍ ସୁଧ ହାରରେ ସରକାର ୭୫୦୦ କୋଟି ଟଙ୍କାର ଋଣ ପରିମାଣକୁ ୯୦୦୦ କୋଟି ଟଙ୍କା ଯାଏଁ ବୃଦ୍ଧି କରିଥିଲେ । ସରକାର ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବାହାର ରାଜ୍ୟରୁ ଫେରିଥିବା ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଇ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦ୍ୟପି ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି, ତଥାପି ରାଜ୍ୟରେ ଥିବା ୧୭ ଟି ସମବାୟ ବ୍ୟାଙ୍କ ମଧ୍ୟରୁ ୭ ଟି ବ୍ୟାଙ୍କ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ସମବାୟ ବ୍ୟାଙ୍କ ୬୫% ସହ ସବୁଠାରୁ ତଳରେ ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଡ଼ିଶାରେ ସମବାୟ ବ୍ୟାଙ୍କ କୃଷି ଋଣ ପ୍ରଦାନ କରିବା ଲକ୍ଷ୍ୟ ହାସଲ କରିବାରେ ବିଫଳ