ସମ୍ବଲପୁରରେ ସବର୍ଣ୍ଣ ବ୍ୟକ୍ତିଙ୍କଦ୍ୱାରା ଧର୍ମାନ୍ତରୀକରଣ ଅଭିଯୋଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ବାପା ଓ ଭାଇମାନେ !


(୨୨/୧୧) ଧର୍ମାନ୍ତରୀକରଣକୁ ନେଇ ସମ୍ବଲପୁରରେ ମାଆ-ଭଉଣୀ ମିଶି ନିଜ ପୁଅ ବିରୁଦ୍ଧରେ କରିଥିବା ଅଭିଯୋଗ ଉପରେ ବାପା ଓ ଭାଇମାନେ ଏହା କେତେକ ଲୋକଙ୍କ ଷଡ଼ଯନ୍ତ୍ର ବୋଲି ଏସପିଙ୍କୁ ଅଭିଯୋଗ କରିବା ପରେ ଘଟଣାଟି ଏବେ ନୂଆ ମୋଡ଼୍ ନେଇଛି । ଗତ ଦୁଇ ଦିନ ତଳେ ସମ୍ବଲପୁର ସିନ୍ଦୁରପଙ୍କ ନିକଟସ୍ଥ ଦଣ୍ଡେଇପାଲିଠାରେ ସୁବାସ ସାହାଣି ନାମକ ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ଧର୍ମାନ୍ତରୀତ ହେବା ପରେ ସେ ଲୋକଙ୍କୁ ଧର୍ମାନ୍ତରୀତ କରିବାରେ ଲାଗିଥିବା ତାଙ୍କ ମାଆ ପ୍ରେମ ମଞ୍ଜରୀ ଓ ଭଉଣୀ ସୁଜାତା ଏସପିଙ୍କୁ ଅଭିଯୋଗ କରିଥିଲେ । ମା-ଝିଅଙ୍କ ଅଭିଯୋଗ ଅନୁସାରେ ତାଙ୍କ ମଝିଆ ପୁଅ ସୁବାସ ସାହାଣୀ ତାଙ୍କ ପୈତୃକ ଜମିରେ ହାଲ୍ଲେଲୁୟା କେନ୍ଦ୍ର ସ୍ଥାପନ କରି ଗରିବ ତଥା ସରଳ ଲୋକଙ୍କୁ ଧର୍ମାନ୍ତରୀକରଣ କରୁଛନ୍ତି ଓ ଏହାକୁ ତାଙ୍କ ମାଆ ବିରୋଧ କଲେ ପୁଅବୋହୁ ଉଭୟେ ମିଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଥିଲେ । ତେଣୁ ଉକ୍ତ କେନ୍ଦ୍ରଟିକୁ ବନ୍ଦ କରିବା ସହ ଉଭୟ ପୁଅବୋହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ । ଅଭିଯୋଗଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଜଣେ ଡିଏସପି ସ୍ତରର ଅଧିକାରୀଙ୍କୁ ତଦନ୍ତ କରିବା ଦାୟିତ୍ୱ ଦିଆ ଯାଇଥିବାବେଳେ ଅଭିଯୋଗ ହେବାର ଦିନକ ପରେ ଶ୍ରୀ ସାହାଣୀଙ୍କ ବାପା ବ୍ରଜେନ୍ଦ୍ର ସାହାଣୀ (୮୦) ଓ ତାଙ୍କର ଅନ୍ୟ ଭାଇମାନେ ଆସି କେତେକ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରରୋଚନାରେ ପଡ଼ି ସୁବାସଙ୍କ ମାଆ ଓ ଭଉଣୀ ଏସପିଙ୍କୁ ଅଭିଯୋଗ କରିଥିବା ସେମାନେ ଏସପିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ତେବେ ଏଥିରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଲୋକଙ୍କ ସାମିଲକୁ ଏଡ଼ା ଯାଇ ନପାରେ । ହୁଏତ କେତେକ ଲୋକେ ପରିବାରରେ ଥିବା କେତେକ ମନୋମାଳିନ୍ୟକୁ ଏକ ବିରାଟ ରୂପ ଦେଇ ପରିବାରକୁ ଛିନ୍ନଛତ୍ର କରିବା ସହ ଅଂଚଳରେ ସାମ୍ପ୍ରଦାୟିକ ଶକ୍ତିର ପ୍ରଭାବ ଦେଖାଇବାକୁ ଅପଚେଷ୍ଟା କରିଥିବା ମଧ୍ୟ ସନ୍ଦେହ ହୋଇଛି । ତେବେ ଘଟଣାକୁ ଗୁରୁତର ସହ ନେଇ ଏସବୁ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଏସପିଙ୍କଠାରେ ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ସାହାଣୀ ସବର୍ଣ୍ଣ ବର୍ଗର ଲୋକ ହୋଇଥିବାବେଳେ ପୂର୍ବରୁ ତାଙ୍କ ଅଂଚଳରେ ପରିବାରର ପ୍ରଭାବ ଥିବାରୁ ତାଙ୍କ ବିରୁଦ୍ଧରେ କେହି ଯିବାକୁ ସାହସ କରୁ ନଥିଲେ । ତେବେ ପରିବାର ଭିତରେ ମନୋମାଳିନ୍ୟର ସୁଯୋଗକୁ ହାତ ଛଡ଼ା ନ କରି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଲୋକେ ତାହାର ଭରପୁର ଫାଇଦା ନେବାକୁ ଚେଷ୍ଟା କରିଥିଲେ ବି ସୁବାସ ସାହାଣୀଙ୍କ ବାପା ଓ ତାଙ୍କର ଅନ୍ୟ ଭାଇମାନେ ଏକଜୁଟ ହୋଇ ଏହାକୁ ବିରୋଧ କରିବା ପରେ ତାହା ଫସର ଫାଟି ଯାଇଥିବା ଲୋକେ ଅନୁମାନ କରୁଛନ୍ତି । ଏବେ ପୋଲିସ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସମ୍ବଲପୁରରେ ସବର୍ଣ୍ଣ ବ୍ୟକ୍ତିଙ୍କଦ୍ୱାରା ଧର୍ମାନ୍ତରୀକରଣ ଅଭିଯୋଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ବାପା ଓ ଭାଇମାନେ !