କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବିବାଦୀୟ ମନ୍ତବ୍ୟ : ଦଳିତଙ୍କ ଉପରେ ଅତ୍ୟାଚାର ଜାରି ରହିବ !


(୦୪/୧୦) ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ମୃତ୍ୟୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହଯୋଗରେ ପୋଲିସ-ପ୍ରଶାସନ ମିଶି ଯେପରି ଅତ୍ୟାଚାର କଲେ ତା ବିରୁଦ୍ଧରେ ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଏକ ବିବାଦୀୟ ବିବୃତି ଦେଇଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ବିବୃତିରେ ସେ କହିଛନ୍ତି ଯେ, ଏହା ସତ ଯେ ଦଳିତ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି । କିନ୍ତୁ ଏହା ମୁଲାୟମ ସିଂହ ଯାଦବ, ମାୟାବତୀ ଓ ଅଖିଳେଶ ଯାଦବଙ୍କ ସରକାରଙ୍କ ସମୟରେ ମଧ୍ୟ ହେଉଥିଲା । ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ମୁଖ୍ୟ କାରଣ ହେଉଛି ଜାତିପ୍ରଥା । ଲୋକଙ୍କ ମନରେ ଜାତିପ୍ରଥାର ଭେଦଭାବ ଥିବା ଯାଏଁ ଦଳିତଙ୍କ ଉପରେ ଏପରି ଅତ୍ୟାଚାର ହେଉଥିବ । ତେବେ ସେଠାକୁ ତାଙ୍କୁ ନ ଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇ ଥିବାରୁ ସେ ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଆଗାମୀ ସପ୍ତାହରେ ଯିବେ ବୋଲି କହିଛନ୍ତି । ବିଜେପିର ଜଣେ ଦଳିତ ଚେହେରା ଭାବେ ଅଠାୱାଲେଙ୍କୁ ଦେଖା ଯାଉଥିବାବେଳେ ଏହି ବିବୃତିକୁ ଲୋକେ ନାପସନ୍ଦ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବିବାଦୀୟ ମନ୍ତବ୍ୟ : ଦଳିତଙ୍କ ଉପରେ ଅତ୍ୟାଚାର ଜାରି ରହିବ !