କଣ୍ଟାବାଞ୍ଜି ସହରରେ ଦାୟିତ୍ୱରେ ଥିବା ଥାନାଧିକାରୀ ବିଜୟାନନ୍ଦ କର୍କରାଙ୍କ ବଦଳି ହୋଇ ଯାଇଛି । ସୂଚନାନୁସାରେ, ଲକଡାଉନ୍ ସମୟରେ ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଅନେକ ସମୟରେ ଲୋକଙ୍କୁ ମାଡ଼ ମାରୁଥିବା ଭିଡିଓ ଓ ଫଟୋ ଭାଇରାଲ ହେବାଦ୍ୱାରା ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ଶ୍ରୀ କର୍କରାଙ୍କ ଫଟୋ କିଏ ଓ କାହିଁକି ଭାଇରାଲ କଲା ତା ବି ଏଯାଏଁ ରହସ୍ୟ ହୋଇ ରହିଛି । ତାଙ୍କ ବଦଳି ପରେ ଏବେ କଣ୍ଟାବାଞ୍ଜିର ନୂତନ ଥାନାଧିକାରୀ ଭାବେ ସତ୍ୟଜିତ୍ କାଡେଲକର ଦାୟିତ୍ୱ ନେଇଛନ୍ତି ।
କଣ୍ଟାବାଞ୍ଜିର ବିବାଦୀୟ ଥାନାଧିକାରୀଙ୍କ ବଦଳି
