(୨୦/୧୦) ନିକଟରେ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ କୁ ନେଇ ନୋବେଲ ପୁରସ୍କାର ପାଇବା ସମ୍ପର୍କରେ ଘୋଷଣା କରାଗଲା, ସେତେବେଳେ ରାଉରକେଲାର ଲୋକଙ୍କ ଖୁସି କହିଲେ ନ ସରେ । ଏହି ନଗର ସହ ଏହି ନୋବେଲ ପୁରସ୍କାରର ସମ୍ପର୍କ ଥିବାରୁ ଲୋକେ ଖୁବ ଖୁସି ହୋଇଥିଲେ । ଜାତିସଂଘର ଉପଦେଷ୍ଟା ପରିଷଦର ଜଣେ ସଭ୍ୟ ତଥା କୃତ୍ରିକ ଜ୍ଞାନକୌଶଳ ବିଭାର ମୁଖ୍ୟ ପଦବୀରେ ଥିବା ପ୍ରଣବ ଖୈତାନ ରାଉଲକେଲାରେ ଜନ୍ମ ଗ୍ରହଣ କରିଥିଲେ । ଜାତିସଂଘର ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ କୁ ଲୋକାଭିମୁଖୀ କରିବାରେ ସଫଳ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ତରଫରୁ ଶ୍ରୀ ଖୈତାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଲୋକ କ୍ଷୁଧାରୁ ମୁକ୍ତି ପାଇ ପାରିଛନ୍ତି । ଏଥିପାଇଁ ସେ ତାଙ୍କର ବାପା-ମା, ପରିଜନ ଓ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଥିବା ‘ଇଣ୍ଡିଏନ୍ ଏକ୍ସପ୍ରେସ୍’ ସହ କଥାବାର୍ତ୍ତାରେ କହିଛନ୍ତି । ତେବେ ଶ୍ରୀ ଖୈତାନ ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ ବି ତାଙ୍କ ପରିବାର ଏବେ କୋଲକାତାରେ ରହୁଥିବା ଜଣାପଡ଼ିଛି । ନିକଟରେ ‘ନୀଟ୍’ ର ଫଳାଫଳରେ ମଧ୍ୟ ରାଉରକେଲାର ସୋୟେବ ଅଫତାବ୍ ଦେଶରେ ଟପର୍ ହୋଇଥିବାବେଳେ ଶ୍ରୀ ପ୍ରଣବ ଖୈତାନଙ୍କ ମଧ୍ୟ ରାଉରକେଲା ସହ ସମ୍ପର୍କ ଲୋକଙ୍କ ଖୁସିକୁ ଦ୍ୱିଗୁଣିତ କରି ଦେଇଛି ।
ଜାତିସଂଘର ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ କୁ ନୋବେଲ ପୁରସ୍କାର ମିଳିବା ପଛରେ ରାଉରକେଲାର ସମ୍ପର୍କ ରହିଛି !
