ନିକଟରେ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସରକାର ନିଜ ରାଜ୍ୟକୁ ପହଂଚାଇବା ନିମନ୍ତେ ରେଳରେ ଯିବାବେଳେ ଟିକେଟ ଖର୍ଚ୍ଚ ନେଇ ଥିବାର ଅଭିଯୋଗ ହେବାରୁ କଂଗ୍ରେସ ଦଳ ଏଥିପ୍ରତି କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବକ ଏକ ଦାୟିତ୍ୱବାନ ବିରୋଧି ଦଳ ଭାବରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ସମସ୍ତ ଶ୍ରମିକଙ୍କ ଖର୍ଚ୍ଚ ଦଳ ବହନ କରିବ ବୋଲି ଘୋଘଣା କରିଛି । ପ୍ରଧାନମନ୍ତ୍ରୀ କେଆର୍ ଫଣ୍ଡରେ ହଜାର ହଜାର କୋଟି ଟଙ୍କା ଲୋକେ ଦାନ ସୂତ୍ରରେ ଦେଊଥିଲେ ବି ଯଦି ଏପରି ଦୁର୍ଦ୍ଦିନ ସମୟରେ ସେହି ଅର୍ଥକୁ ଖର୍ଚ୍ଚ କରୁ ନାହାନ୍ତି ବରଂ ବିଦେଶରୁ ଉଡ଼ାଜାହାଜରେ ଧନୀ ଲୋକଙ୍କୁ ଆଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଛନ୍ତି, ତେବେ ଏହା ଲଜ୍ଜାଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି । ଯୋଗାଯୋଗ କରିବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ନମ୍ବର ମଧ୍ୟ ଜାରି କରାଯାଇଛି: ୯୯୩୮୬୧୪୩୯୯/୯୨୩୮୫୭୦୮୩୪ ।
ରାଜ୍ୟ ବାହାରେ ରହୁଥିବା ଶ୍ରମିକଙ୍କ ଫେରିବା ପାଇଁ କଂଗ୍ରେସ ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା
