ସଂସଦରେ ବିଜେପିକୁ କୃଷି ବିଲ୍ ପାସ କରାଇବାରେ ବିଜେଡି ସହଯୋଗ କରିଥିବା କଂଗ୍ରେସ ଆକ୍ଷେପ କଲା !


(୨୦/୯) କୃଷକ ମାନଙ୍କର ବହୁ ପ୍ରତିବାଦ ସତ୍ତ୍ୱେ ବହୁ ଚର୍ଚ୍ଚିତ କୃଷି ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଯାଇଛି । ଏହାକୁ ନେଇ ମନ୍ତ୍ରୀ ହରସିମରନ୍ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବି କେନ୍ଦ୍ରର ମୋଦୀ ସରକାର ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନଥିଲା । ତେବେ ରାଜ୍ୟର ବିଜେଡି ଦଳ ଏହି ବିଲକୁ ସମର୍ଥନ ଦେଇ ନଥିବା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଥିଲେ ବି କଂଗ୍ରେସ ଏହା ଏକ ନାଟକବାଜି ବୋଲି ଆକ୍ଷେପ କରିଛି । ଡକ୍ଟର ପାତ୍ର କହିଛନ୍ତି ଯେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିମନ୍ତେ ଏହି ବିଲରେ ଯଥେଷ୍ଟ ସୁରକ୍ଷା ପ୍ରଦାନ କରାଯାଇ ନଥିବାରୁ ଏହି ବିଲ୍‌କୁ ମନୋନୀତ କମିଟିକୁ କୁହାଯାଇଥିଲା ବୋଲି ଡକ୍ଟର ପାତ୍ର ଟ୍ୱିଟ କରିଛନ୍ତି । ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ଯେ, “ଅମ୍ବାନୀ, ଆଦାନୀ ଓ ବିଜେପିର କର୍ପୋରେଟ୍ ଭାଇମାନଙ୍କୁ ଅଭିନନ୍ଦନ ।” ଲୋକସଭାରେ ବିଜେପିକୁ ବିଲ୍ ପାସ୍ କରିବାରେ ସାହାଯ୍ୟ କରି ଆପଣ କୃଷକମାନଙ୍କ ପ୍ରତି ଯାହା କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି କଂଗ୍ରେସ ପ୍ରକାଶ କରିଛି । ତେବେ ଏହି ବିଲ ହେବା ଫଳରେ ଚାଷୀମାନେ ସିଧାସଳଖ ଅଧିକ ମୂଲ୍ୟରେ ନିଜ ଫସଲ ବିକ୍ରି କରିପାରିବେ ବୋଲି ସରକାର କହୁଥିବାବେଳେ ଚାଷୀମାନେ କିନ୍ତୁ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି ବୁଦ୍ଧିଜୀବୀ ଆଲୋଚନା କରିଛନ୍ତି । ଚାଷୀ ଏପରିକି ବର୍ତ୍ତମାନ ପାଉଥିବା ନ୍ୟୁନତମ ମୂଲ୍ୟ ବି ଆଉ ପାଇପାରିବେନି ବୋଲି ଏଥିରେ ଆଶଙ୍କା ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସଂସଦରେ ବିଜେପିକୁ କୃଷି ବିଲ୍ ପାସ କରାଇବାରେ ବିଜେଡି ସହଯୋଗ କରିଥିବା କଂଗ୍ରେସ ଆକ୍ଷେପ କଲା !