ରାସ୍ତା କାମ ନ ସରୁଣୁ ଦିନକ ପରେ ପିଚୁ ଉଠୁଥିବା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାମ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ବାହାରି ପଡ଼ୁଛି । ତାହା ବି ଦିନକ ପରେ! କୋଡ଼ି କି ଶାବଳ ମାରିଲେ ନୁହେଁ, ହାତ ମାରିଲେ ବି ପରସ୍ତ ପରସ୍ତ ହୋଇ ବାହାରି ପଡ଼ୁଛି ପିଚୁ । କେନ୍ଦୁଗୁଡ଼ା ଠାରୁ ପାଇକାପଡ଼ା ଭାୟା ଜୟନ୍ତପୁର ରାସ୍ତା କାହିଁ କେତେ ଦିନରୁ ଖାଲଖମାରେ ଭର୍ତ୍ତି ଥିଲା । ଦୀର୍ଘ ଦିନ ପରେ ଭାରତ ସରକାର ଏହି ରାସ୍ତା ନିର୍ମାଣ କାମ ପାଇଁ ପ୍ରାୟ ୪ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କଲେ । ହେଲେ ଦୀର୍ଘ ୧୫ କି.ମି ୭୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଏହି ରାସ୍ତାଟି ଆରମ୍ଭରୁ ହିଁ ନିମ୍ନ ମାନର ବୋଲି ଲୋକେ ଅଭିଯୋଗ କଲେଣି । ଯେତେ ଅଭିଯୋଗ କଲେ ବି କୌଣସି ଅଧିକାରୀ କର୍ଣ୍ଣପାତ ମଧ୍ୟ କରୁ ନାହାନ୍ତି । ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ନିରୀକ୍ଷଣ କରି ନିମ୍ନ ମାନର କାର୍ଯ୍ୟ ହେଉଥିବା ସ୍ୱୀକାର କରିଥିଲେ ବି ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରୀୟା ଦେଉ ନାହାନ୍ତି । ଏଣୁ ବିିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ ଜଣାନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାସ୍ତା କାମ ନ ସରୁଣୁ ଦିନକ ପରେ ପିଚୁ ଉଠୁଥିବା ଅଭିଯୋଗ