(୩୦/୮) ଜଣେ ଶିକ୍ଷକଙ୍କଦ୍ୱାରା ବିବାହର ପ୍ରତିଶୃତି ପାଇ ଧର୍ଷଣର ଶୀକାର ହେବା ପରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଂଚଳର ଜଣେ କଲେଜ ପଢ଼ୁଆ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିି । ଅଭିଯୁକ୍ତ ଶିକ୍ଷକ ଜଣକ ମୃତ ପୀଡ଼ିତା ଯୁବତୀଙ୍କ ଅଶ୍ଲିଳ ଫଟୋ ଓ ଭିଡିଓକୁ ସୋସିଏଲ ମିଡିଆରେ ଅପଲୋଡ୍ କଲା ପରେ ତାହା ଚାରିଆଡ଼େ ଘୁରି ବୁଲିଥିଲା । ମୃତ ଯୁବତୀଙ୍କ ମାଆ ପୋଲିସ୍କୁ ଦେଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଗଣେଷ ସେଲମା ନାମକ ଜଣେ ଶିକ୍ଷକ ଗତ ଫେବୃୟାରୀ ମାସରେ ମୃତ ଯୁବତୀଙ୍କୁ ବାହା ହେବେ ବୋଲି ପ୍ରତିଶୃତି ଦେଇ ଅପହରଣ କରି ନେଇଥିଲେ । ହେଲେ ଅଭିଯୁକ୍ତ ଜଣକ ମୃତ ଯୁବତୀଙ୍କୁ ବାହା ହେବା ପରିବର୍ତ୍ତେ ଅନ୍ୟ ଜଣକୁ ବାହା ହୋଇଥିଲେ ।
ଧର୍ଷଣ ଯୋଗୁଁ କଲେଜ ପଢୁଆ ଝିଅର ଆତ୍ମହତ୍ୟା, ଭିଡିଓ ଭାଏରାଲ୍ !
