(୨୦/୬) ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବମରିତ ଗାଁର ସଞ୍ôତା ମହାନନ୍ଦ ନାମ୍ନୀ ଜଣେ ମହିଳାଙ୍କ ହୃଦରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବା ଖବର ପାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ବମରିତ ଗାଁକୁ ଯାଇ ପୀଡ଼ିତା ମହିଳା ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଭେଟି ଚିକିତ୍ସା ସମ୍ବନ୍ଧୀତ କାଗଜପତ୍ର ଦେଖିବା ସହ ସରକାରଙ୍କ ନିୟମାନୁସାରେ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହା ସହ ଜିଲ୍ଲାପାଳ ରାସନକାର୍ଡ଼ ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଉକ୍ତ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ ।
ହୃଦରୋଗର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ମହିଳାଙ୍କୁ ପ୍ରତିଶୃତି ଦେଲେ ଜିଲ୍ଲାପାଳ
