ବିଜେପିରେ ଶୀତଳଯୁଦ୍ଧ ଆରମ୍ଭ : ଆରଏସଏସ୍ ର ପୂର୍ବ ପ୍ରବକ୍ତା ରାଧାମାଧବଙ୍କ ଆଲେଖ୍ୟରେ ଇଙ୍ଗିତ !


(୦୩/୧୦) ରାଧାମାଧବ ବିଜେପିର ଜଣେ କ୍ଷମତାଶାଳୀ ମହାସଚିବ ଭାବେ କିଛି ଦିନ ପୂର୍ବେ ଖୁବ୍ ଜଣାଶୁଣା ଥିଲେ । କଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କର ଦାୟିତ୍ୱ ତାଙ୍କ ହାତରେ ଥିଲା । ନିକଟରେ ବିଜେପି ସଭାପତି ଜେପି ନଡ୍ଡା ଗଠନ କରିଥିବା ନୂଆ ଦଳରେ ତାଙ୍କୁ ଜାଗା ମିଳି ନାହିଁ । ବିଜେପିକୁ ଆସିବା ପୂର୍ବରୁ ସେ ବହୁ ଦିନ ପର୍ଯ୍ୟନ୍ତ ଆରଏସ୍‌ଏସ୍‌ର ଏକ ଜଣାଶୁଣା ଚେହେରା ଭାବେ କାର୍ଯ୍ୟ କରୁଥିଲେ, ହଲେ ପରେ ତାଙ୍କୁ ବିଜେପିକୁ ପଠାଇ ଦିଆଗଲା । ରାଧାମାଧବ ଯଦିବା ବିଜେପିର ଜଣେ ମହାସଚିବ ଥିଲେ, ତଥାପି ସେ କୌଣସି ମନ୍ତ୍ରୀଙ୍କଠାରୁ ତାଙ୍କର କ୍ଷମତା କମ୍ ନ ଥିଲା । ସଂଗଠନର କାର୍ଯ୍ୟରୁ ଏବେ ସେ ଦାୟିତ୍ୱ ମୁକ୍ତ ହେବା ପରେ ସେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମବାର୍ଷିକୀ ଉପରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରିବା ସହ ଜର୍ମାନୀର ଏକଛତ୍ରବାଦ ଶାସକ ହିଟଲର୍ ଓ ରଷିଆର ଏକଛତ୍ରବାଦୀ ଶାସକ ଷ୍ଟାଲିନଙ୍କ ନାମ ସେ ଉଲ୍କେଖ କରିଛନ୍ତି । ଯଦିବି ଆରଏସଏସ୍ ବିଚାରଧାରା ଓ ଗାନ୍ଧୀବାଦ୍ ଭିତରେ ବହୁତ ତାରତମ୍ୟ ରହିଛି, ତଥାପି ସେ ମହାତ୍ମା ଗାନ୍ଧୀଙ୍କୁୁ ଭୁୟିୟସୀ ପ୍ରଶଂସା କରିବା ଦେଖା ଯାଇଛି । ସେ ଲେଖିଛନ୍ତି ଯେ, ଗାନ୍ଧୀବାଦ୍ ସ୍ୱତନ୍ତ୍ରତା ଓ ଆତ୍ମଶୁଦ୍ଧି ନିମନ୍ତେ ଉଦ୍ଧିଷ୍ଟ, ହେଲେ ଏକଛତ୍ରବାଦୀ ଶାସକ ଗଣମାଧ୍ୟମ ଓ ପ୍ରଚାରସର୍ବସ୍ୱ । ରାଧାମାଧବ ଗାନ୍ଧୀଙ୍କ ଉପରେ ଲେଖୁ ଲେଖୁ ଏକଛତ୍ରବାଦକୁ କାହିଁକି ମନେ ପକାଇଛନ୍ତି? ତାପରେ ସେ ବୁଝାଇଛନ୍ତି ଯେ, ଏକଛତ୍ରବାଦୀ ଶାସକ କିପରି ରାଜଭୋଗ, ଗଣମାଧ୍ୟମ ଓ ପ୍ରଚାର ବଳରେ ଶାସନ କରିଥାଏ । କେବଳ ସେତିକି ନୁହେଁ, ସେ ଆହୁରି ଲେଖିଛନ୍ତି ଯେ-ଗାନ୍ଧୀ ନିଜର ସମାଲୋଚକମାନଙ୍କୁ ସମ୍ମାନ ଦେଉଥିଲେ, କିନ୍ତୁ ଏକଛତ୍ରବାଦୀ ଶାସକ କୌଣସି ବିରୋଧକୁ ସହ୍ୟ କରିପାରୁ ନଥିଲା । ସେ କେବଳ ପ୍ରଶଂସା କରୁଥିବା ଲୋକ କେବଳ ତାକୁ ଘେରି ରହୁୁଥିଲେ । ସେ ଏହିସବୁ ଲେଖିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସାରେ ସତମୁଖର ହୋଇ ଉଠିଛନ୍ତି । ଏକଛତ୍ରବାଦୀଙ୍କ ଶାସନରେ ଥିବା ଲୋକେ ଗାନ୍ଧୀଙ୍କଠାରୁ ପ୍ରେରଣା ପାଇ ନିରଙ୍କୁଶ ଦଳକୁ କିପରି ଶାସନ ଗାଦିରୁ ହଟାଇ ଦେଇଥିଲେ, ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତେବେ ରାଧାମାଧବ ଏହି ଆଲେଖ୍ୟରେ କୌଣସି ଦଳ ବା ବ୍ୟକ୍ତିବିଶେଷଙ୍କ ନାମ ଉଲ୍କେଖ କରି ନଥିଲେ ବି ଏହା ଅନେକ କିଛି ବିଷୟକୁ ଇଙ୍ଗିତ କରୁଥିବା ଯିଏ ହେଲେ ବି କହିବ । ବିଜେପିରେ ଶୀତଳଯୁଦ୍ଧର ଆରମ୍ଭ ହୋଇଥିବା ପ୍ରକାରାନ୍ତରେ ଏହି ଆଲେଖ୍ୟ ମାଧ୍ୟମରେ ରାଧାମାଧବ ପ୍ରକାଶ କରି ନାହାନ୍ତି ତ ବୋଲିି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଜେପିରେ ଶୀତଳଯୁଦ୍ଧ ଆରମ୍ଭ : ଆରଏସଏସ୍ ର ପୂର୍ବ ପ୍ରବକ୍ତା ରାଧାମାଧବଙ୍କ ଆଲେଖ୍ୟରେ ଇଙ୍ଗିତ !