ଜେଇଇ ଓ ନୀଟ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ପତ୍ର


(୨୫/୮) ଆଗାମୀ ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖଯାଏଁ ଓ ପୁଣି ୧୩ ତାରିଖ ଦିନ ହେବାକୁ ଥିବା ଜେଇଇ(ମେନ୍‌) ଓ ନୀଟ୍ ପରୀକ୍ଷାକୁ ବର୍ତ୍ତମାନ ପାଇଁ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବାଢ଼ିଚାଲିଥିବାବେଳେ ଜେଇଇ ଓ ନୀଟ ପରୀକ୍ଷା ଦେଇ ଯିବାକୁ ଅନେକ ଅସୁବିଧା ହେବ, ସେଥିପାଇଁ ଏହି ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିୟାଲ ନିଶାଙ୍କଙ୍କୁ ପତ୍ର ଲେଖି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ୫୦,୦୦୦ ରୁ ଅଧିକ ପରୀକ୍ଷାର୍ଥୀ ନୀଟ ପରୀକ୍ଷା ଦେବାକୁ ଥିବାବେଳେ ପ୍ରାୟ ୪୦,୦୦୦ ପରୀକ୍ଷାର୍ଥୀ ଜେଇଇ(ମେନ୍‌) ପରୀକ୍ଷା ଦେବେ । ପରୀକ୍ଷାର୍ଥୀମାନେ ଏହି କରୋନା ମହାମାରୀ ସମୟରେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷାରେ ବସିବା ସୁରକ୍ଷିତ ନୁହେଁ । କେତେକ ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ୍ ଡାଉନ୍ ମଧ୍ୟ ଲାଗୁ ରହିଛି, ଏହ ପରିସ୍ଥିତିରେ ସେମାନେ ସ୍ଥାନୀୟ ଅଂଚଳରୁ ଗାଡ଼ିମଟର ପାଇବା ବି କଷ୍ଟସାଧ୍ୟ । ଏହାବ୍ୟତୀତ ଓଡ଼ିଶାର ଏକ ବିଶାଳ ଅଂଚଳ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ସେସବୁ ସ୍ଥାନକୁ ରାଜ୍ୟର ଅନ୍ୟ ସହରଠାରୁ ଯୋଗାଯୋଗର ସୁବିଧା ନାହିଁ । ଏପରି ପରିସ୍ଥିତିରେ, ସେହି ଅଂଚଳର ପରୀକ୍ଷାର୍ଥୀମାନେ ପରୀକ୍ଷାର୍ଥୀକେନ୍ଦ୍ରରେ ପହଂଚିବା ଲାଗି ଅନେକ ଦୂରକୁ ଯାତ୍ରା କରିବାକୁ ଥିବାରୁ ସେମାନେ ପରୀକ୍ଷାରୁ ବଂଚିତ ହେବାର ସମ୍ଭାବନା ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ସେପ୍ଟେମ୍ବର ପ୍ରଥମ ପକ୍ଷରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ପରେ ତାହା କଲେ ଭଲ ହେବ । ଆହୁରିମଧ୍ୟ ଯେତେବେଳେ ବି ଏହିସବୁ ପରୀକ୍ଷା ହେଉଛି, ସଂପୃକ୍ତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ରାଜ୍ୟର ସମସ୍ତ ୩୦ ଟି ଯାକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କଲେ ପରୀକ୍ଷାର୍ଥୀମାନେ ୨-୩ ଘଣ୍ଟାର ଯାତ୍ରା କରି ପରୀକ୍ଷା ଦେଇ ଗୋଟିଏ ଦିନରେ ଘରକୁ ଫେରିବାକୁ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । କିନ୍ତୁ ନିକଟରେ ସୁପ୍ରିମକୋର୍ଟ ଏହି ପରୀକ୍ଷା ଘୁଞ୍ଚାଇବାକୁ ନେଇ ଥିବା ଏକ ଆବେଦନର ବିଚାର କରି ତାହା ଅଗ୍ରାହ୍ୟ କରି ଦେଇଥିଲେ, ତେବେ କେତେଦୂର ଆମ ମୁଖ୍ୟମନ୍ତ୍ରୀଙ୍କ କଥା ରହୁଛି ତାହା ଦେଖିବାକୁ ବାକି ରହିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଜେଇଇ ଓ ନୀଟ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ପତ୍ର