ଅକ୍ସଫୋର୍ଡ଼ ଟପର୍ ତଥା ଜାତିସଂଘ ଅଧିକାରୀ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ !


(୦୬/୭) ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ଯୋଜନା ଅଧିକାରୀ ଭାବେ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଗତ ଜୁଲାଇ ୧ ତାରିଖ ଦିନ ବୈଶାଳୀ ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ୨୦୧୬ ରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଆର୍ନ୍ତଜାତୀୟ ଅଧ୍ୟୟନରେ ସ୍ନାତକୋତ୍ତର ଡିଗ୍ରୀ ପାଇ ସେଥିଲାଗି ସେ ସମ୍ମାନଜନକ ହାଇ ପ୍ରଫାଇଲ ଏଚିଭମେଣ୍ଟ ପୁରସ୍କାର ପାଇଥିଲେ । ୨୦୧୮ ମସିହାରୁ ବୈଶାଳୀ ବାଂଲାଦେଶର କକ୍ସବଜାରରେ ରହି ଜାତିସଂଘର ରୋହିଙ୍ଗ୍ୟାମାନଙ୍କ ନିମନ୍ତେ ଥିବା ପ୍ରକଳ୍ପର ଓଆଇଏମ୍ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବାଂଲାଦେଶ ଓ ମ୍ୟାନମାର ସୀମାରେ ଥିବା ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟାମାନଙ୍କ ଯତ୍ନ ନିଆ ଯାଉଥିବା ଏହି କ୍ୟାମ୍ପଟି ବିଶ୍ୱର ସବୁଠାରୁ ବଡ଼ ଶରଣାର୍ଥୀ ଶିବିର ଅଟେ । ବୈଶାଳୀ ପୁରୀସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲ ଓ କିଟ୍ ଇଣ୍ଟରନେସନାଲ ସ୍କୁଲରେ ସ୍କୁଲ ସମାପ୍ତ କଲା ପରେ ସେ ଦିଲ୍ଲୀସ୍ଥିତ ଶ୍ରୀରାମ ମହାବିଦ୍ୟାଳୟରେ ସ୍ନାତକ ପଢ଼ିଲେ । ସେ ପୁରୀର ଜଣାଶୁଣା ମହିଳା କାର୍ଯ୍ୟକର୍ତ୍ତା ଓ ଲେଖିକା ମାନସୀ ପ୍ରଧାନ ଓ ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଆଇଆଇଟି ବର୍ଷିୟାନ ଛାତ୍ରଙ୍କ ଝିଅ ଅଟନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅକ୍ସଫୋର୍ଡ଼ ଟପର୍ ତଥା ଜାତିସଂଘ ଅଧିକାରୀ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ !