(୦୫/୯) ଛତିଶଗଡ଼ର ରାଜଧାନୀ ରାୟପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ ଜଣଙ୍କ ମୁୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରର ସମ୍ପର୍କୀୟ ମାନଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଆଜି ସକାଳେ ଗଞ୍ଜାମରୁ ସୁରତକୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ବସ ସହ ଟ୍ରକର ଧକ୍କା ହେବା ଫଳରେ ବସରେ ବସିଥିବା ଗଞ୍ଜାମ ଜିଲ୍ଲାର ୭ ଜଣ ଶ୍ରମିକଙ୍କ ମୃତ୍ୟୂ ହୋଇଥିବାବେଳେ ୭ ଜଣ ଆହତ ହୋଇଥିବା ରାୟପୁରର ଏସଏସ୍ପି ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସେଠାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟପୁରକୁ ଯାଇ ମୃତାହତ ମାନଙ୍କ ନିମନ୍ତେ ଆବଶ୍ୟକୀୟ ସହାୟତା କରିବାକୁ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କହିଥିବା ଜଣାପଡ଼ିଛି
ରାୟପୁରରେ ମୃତ ଗଞ୍ଜାମ ଜିଲ୍ଲାର ୭ ଜଣଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
