(୨୮/୮) ରାଜ୍ୟର ଉପକୂଳ ଅଂଚଳରେ ଅତ୍ୟଧିକ ବର୍ଷା ଫଳରେ ଅନେକ ଗାଁରେ ବନ୍ୟାପାଣି ପଶି ଯିବାରୁ ଲୋକେ ପାଣି ଘେରରେ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ କରୁଛି । ଏହିପରି ପରିସ୍ଥିତିରେ ଥିବା ଏକ ନବଜାତ ଶିଶୁ ସମେତ ଏକ ୬ ଜଣ ଲୋକଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଯାଜପୁର ଜିଲ୍ଲା ବରି ଅଂଚଳରେ ଥିବା ଶଙ୍କରାକୁଳ ଗାଁଟି ବନ୍ୟାପାଣି ଘେରରେ ଥିବାବେଳେ ସେଠାକୁ ବୋଟ୍ ଯୋଗେ ବରି ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି । ନବଜାତ ଶିଶୁକୁୁ ଉଦ୍ଧାର କାର୍ଯ୍ୟ ରାଜ୍ୟ ସାରା ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରି ଅଗ୍ନିଶମ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବନ୍ୟାପାଣି ଘେରରୁ ନବଜାତ ଶିଶୁ ଓ ମା’କୁ ଉଦ୍ଧାର କରିଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା !
