ଅନାସ୍ଥା ପ୍ରସ୍ତାବରେ ଜିତିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ‌!


(୧୪/୮)ଗୋଟିଏ ମାସ ହେଲା ରାଜସ୍ଥାନର ବହୁ ଚର୍ଚ୍ଚିତ ରାଜନୈତିକ ସଙ୍କଟର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜସ୍ଥାନ ବିଧାନସଭାରେ ଆଜି ହୋଇଥିବା ଅନାସ୍ଥା ଭୋଟରେ ଗେହଲୋତ ସରକାର ଜିତି ଯାଇଛନ୍ତି । କଂଗ୍ରେସର ରାଜ୍ୟ ବିଧାନସଭାର ମୁଖ୍ୟ ସଚେତକ ମହେଶ ଯୋଶୀ ବାଚସ୍ପତି ସି ପି ଯୋଶୀଙ୍କୁ ଅନାସ୍ଥା ଭୋଟ ନିମନ୍ତେ ନୋଟିସ୍ ଦେଇଥିଲେ । ଆଇନ ଓ ସଂସଦ ବ୍ୟାପାର ମନ୍ତ୍ରୀ ଶାନ୍ତି ଦରିୱାଲ୍ ରାଜ୍ୟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଏକ ପ୍ରସ୍ତାବ ରଖିଲେ । ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କରେ ମନ୍ତ୍ରୀ ଦରିୱାଲ୍ ଭାଗ ନେଇ କହିଲେ ଯେ, କେନ୍ଦ୍ରର ମୋଦୀ ସରକାର ରାଜ୍ୟର ସରକାରମାନଙ୍କୁ ଅସ୍ଥିର କରିବାକୁ ପ୍ରୟାସ କରୁଛି । ୧୮ ଜଣ ବିଧାୟକଙ୍କ ସହ ଦୀର୍ଘ ଦିନ ଜୟପୁର ବାହାରେ ଥିବା ସଚିନ୍ ପାଇଲଟ୍ କହିଛନ୍ତି ଯେ, ଅନାସ୍ଥା ଭୋଟରେ ସରକାର ବିପୁଳ ଭାବେ ସମର୍ଥନ ପାଇ ଜିତିଛନ୍ତି । ବିପକ୍ଷ ଦଳର ଅନେକ ପ୍ରୟାସ ସତ୍ତ୍ୱେ ସରକାରଙ୍କ ପକ୍ଷରେ ସମର୍ଥନ ରହିଛି ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅନାସ୍ଥା ପ୍ରସ୍ତାବରେ ଜିତିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ‌!