(୨୬/୮)କୋଭିଡ୍ ସ୍ଥିତିରେ ଜୀବନଜୀବିକା ସହ ଗ୍ରାମ୍ୟ ଅର୍ଥନୀତିକୁ ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ସରକାର ଗରିବ ପରିବାର, ଅତି ଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ନିମନ୍ତେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏଥିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରାମ୍ୟରେ ଥିବା କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ଋଣ ସହାୟତା ମଧ୍ୟ ଦିଆଯିବ । ଏହି ଋଣ ସହାୟତା ରାଶି ମହିଳା ଏସଏଚ୍ଜି ବା ସେମାନଙ୍କର କୌଣସି ପରିବାରର ସଦସ୍ୟ ସେ ସୁବିଧା ପାଇପାରିବେ । ସରକାର ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କୃଷି ଓ ଅଣକୃଷି କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କଦ୍ୱାରା ଗଠିତ ଉପାôଦକ ବା ଉଦ୍ୟୋଗ ଗୋଷ୍ଠୀକୁ ଯୋଗାଇ ଦେବାକୁ ବ୍ୟବସ୍ଥା ଥିବା ସେ ପ୍ରକାଶ କରିଛନ୍ତି । ଏହି ଋଣ ଉଦ୍ୟୋଗ ଗୋଷ୍ଠୀକୁ ୬ ମାସରୁ ଅଧିକ ହୋଇଥିଲେ ଓ ଉତ୍ପାଦନକାରୀଙ୍କୁ ବର୍ଷେରୁ ଅଧିକ ହୋଇଥିଲେ ମିଳିପାରିବ । ଏଥିରେ ମହିଳା ଏସଏଚ୍ଜିର ସଭ୍ୟ ଥିବା ୬୦ ଲକ୍ଷ ଗରିବ ପରିବାର ଏହି ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ପାଇପାରିବେ ବୋଲି କହିଛନ୍ତି ।
ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ ଓଡ଼ିଶା ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କଲେ
