(୨୯/୬) ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡ଼େ ନାଗପୁର ରାଜଭବନର ବିଜେପି କା୍ର୍ଯ୍ୟକର୍ତ୍ତାଙ୍କ ୫୦ ଲକ୍ଷ ଟଙ୍କାର ବାଇକ ଚଳଉଥିବା ଅଭିଯୋଗ ହୋଇଛି । ସୁପ୍ରିମକୋର୍ଟ ଭଳି ଏକ ମର୍ଯ୍ୟାଦା ସମ୍ପନ୍ନ ସଂସ୍ଥାର ସର୍ବୋଚ୍ଚ ଅଧିକାରୀ ହୋଇଥିବା ସତ୍ତ୍ୱେ ସେ ଉକ୍ତ ବାଇକ ଚଳଉଥିବାବେଳେ ଦେଶର ନିୟମକୁ ନ ମାନି ବିନା ମାସ୍କ ଓ ବିିନା ହେଲମେଟରେ ଉକ୍ତ ବାଇକ ଚଳଉଥିବା ଫଟୋ ଭାଇରାଲ ହୋଇଛି । ଏହା ଦେଖି ଲୋକେ ବ୍ୟଙ୍ଗ କରି କହିଛନ୍ତି ଯେ, ମୁଖ୍ୟ ବିଚାରପତି ମହାଶୟଙ୍କ ପାଇଁ ଅନ୍ତତଃପକ୍ଷେ ଏକ ଦାମୀ ବାଇକ୍ ସରକାର କିଣି ଦଅନ୍ତୁ । ଆହୁରି ମଧ୍ୟ ଲୋକେ କହୁଛନ୍ତି ଯେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଯଦି ଜଣେ ରାଜନୈତିକ ଦଳର ନେତାଙ୍କ ବାଇକକୁ ଚଳାଉଛନ୍ତି, ତେବେ ତାଙ୍କଠୁ ନିରପେକ୍ଷ ନ୍ୟାୟ ପାଇବା କେତେ ଦୂର ଆଶା କରାଯାଇପାରେ? ବର୍ତ୍ତମାନ ଦେଶର ନ୍ୟାୟ ବ୍ୟବସ୍ଥାରେ ମଧ୍ୟ ରାଜନୀତି ପଶିଗଲାଣି ବୋଲି ଏହି ଫଟୋକୁ ଦେଖି ଲୋକେ କହିଲେଣି । ଲୋକଙ୍କ ମୌଳିକ ଅଧିକାର ସ୍ୱରୂପ ସେମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସୁପ୍ରିମକୋର୍ଟକୁ ଲକ ଡାଉନ୍ ପରିସ୍ଥିତିରେ ରଖି ମୁଖ୍ୟ ବିଚାରପତି ବେଆଇନ ଭାବେ ବିନା ମାସ୍କ ଓ ବିନା ହେଲମେଟରେ ଜଣେ ରାଜନୈତିକ ଦଳର ନେତାଙ୍କ ବାଇକ କେମିତି ଚଳାଇଲେ ବୋଲି ସୋସିଏଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବିଜେପି କାର୍ଯ୍ୟକ୍ରର୍ତ୍ତାଙ୍କ ଦାମୀ ବାଇକ ଚଳାଉଥିବା ଅଭିଯୋଗ !
