(୩୦/୧୦) ସାରା ରାଜ୍ୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆଜି ବିଶ୍ୱ ମସ୍ତିସ୍କାଘାତ (ଷ୍ଟ୍ରୋକ) ଦିବସ ପାଳନ ହେଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଡ଼ଃ ପ୍ରୀତି ନାୟକ ଭିଡ଼ିଓ କନଫେରେନ୍ସ ଜରିଆରେ ନବରଙ୍ଗପୁର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଖବର ଜଣାଇଥିଲେ। ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଏହି ବିଶ୍ୱ ମସ୍ତିସ୍କାଘାତ ଦିବସରେ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗକୁ ଭିଡ଼ିଓ କନଫେରେନ୍ସ ଜରିଆରେ ଅନେକ ପ୍ରଶ୍ନ ପଚରା ଯାଇଥିଲା ସେଇଥିଲେ ଡ଼ଃ ପ୍ରୀତି ନାୟକ ଅଧିନାୟକତ୍ଵ କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାର ସ୍ଵାସ୍ଥ୍ୟ ଜନିତ ସମସ୍ୟା କୁ ଉପସ୍ଥାପନ କରିଥିଲେ।ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ହେଇଥିବାରୁ ଲୋକମାନେ ସାଧାରଣ ଉଚ୍ଚ ଶିକ୍ଷିତ ନୁହଁନ୍ତି ,ଦିନକୁ ଦିନ ଅନେକ ରୋଗୀ ଏହି ମସ୍ତିସ୍କାଘାତ ରୋଗରେ ଆକ୍ରାନ୍ତ ହେଇ ପ୍ରାଣ ହରାଇ ଥିବାରୁ ଏହାର ନିରାକରଣ ଏହି ଜିଲ୍ଲାରେ ନିହାତି ଆବଶ୍ୟକ ବୋଲି ଡ଼ଃ ପ୍ରୀତି ନାୟକ ଭିଡ଼ିଓ କନଫେରେନ୍ସ ରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଏହି ରୋଗ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ସହ ଚିକିତ୍ସା କରି ରୋଗ ନିରାକରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଗୋଟିଏ ପଟେ ଡ଼ଃ ନାୟକ ଙ୍କ କାର୍ଯ୍ୟ ଦକ୍ଷତା ପ୍ରମାଣ କୁ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ଖୁସି ହେବା ସହ ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଉପସ୍ଥାପନ କରିଥିବାରୁ ଆଗାମୀ ଦିନରେ ଏଠାକାର ସ୍ଵାସ୍ଥ୍ୟ ବ୍ୟବସ୍ଥା ର ଉନ୍ନତି ଆସିବା ଆଶାବାନ୍ଧି ନବରଙ୍ଗପୁର ବାସୀ ତାଙ୍କୁ ଭୁୟସୀ ପ୍ରଶଂସା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ଭିଡ଼ିଓ କନଫେରେନ୍ସ ଜରିଆରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ।
