(୩୧/୧୦) ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନଠାରେ ଭାରତ ରତ୍ନ ସ୍ବର୍ଗୀୟ ଇନ୍ଧିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହେଇଯାଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକରେ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ସଭାରେ ପୂର୍ବତନ ବିଧାୟକ ସଦନ ନାୟକ, ନଗର ସଭାପତି ଉତ୍ତମ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିଲେ। ଏହି ସଭାରେ ଇନ୍ଧିରା ପ୍ରେମୀମାନେ ଇନ୍ଧିରା ଗାନ୍ଧୀଙ୍କ ଫଟୋରେ ପୁଷ୍ପାଞ୍ଜଳି ଜ୍ଞାପନ କରି ତାଙ୍କୁ ମନେ ପକେଇ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶ ପାଇଁ ସ୍ବର୍ଗୀୟ ଇନ୍ଧିରା ବହୁ ଉନ୍ନତି କାର୍ଯ୍ୟ କରି ବିଶ୍ୱ ସ୍ତରରେ ଭାରତକୁ ଏକ ପରିଚୟ ସୃଷ୍ଟି କରିବା ସହ ସୁନାର ଭାରତ ଗଠନ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ଭାରତକୁ ବିଶ୍ୱର ବିକଶିତ ଦେଶ ମାନଙ୍କ ସହ ଯୋଡ଼ିବା ପାଇଁ ଯେଉଁ ମୂଳଦୁଆ ପକାଇଥିଲେ ତାହା ଏବେ କାର୍ଯ୍ୟକାରୀ ହେଉଛି ବୋଲି ଶ୍ରୀ ତ୍ରିପାଠୀ ଆଲୋକପାତ କରି କହିଥିଲେ। ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅକ୍ଟୋବର ମାସ ୩୧ ତାରିଖ ଦିନ ଶ୍ରୀମତୀ ଗାନ୍ଧୀ ନିଜ ଦେହରକ୍ଷୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ମୃତ୍ୟୁ ପୂର୍ବରୁ ସେ ଦେଇଥିବା ଭାଷଣରେ ‘ମୋର ପ୍ରତିଟି ରକ୍ତ ବିନ୍ଦୁ ଦେଶକୁ ଜୀବନ ଦେବ’ ବୋଲି କହିଥିବା ଉକ୍ତିଟି ସେତେବେଳେ ଖୁବ୍ ଚର୍ଚ୍ଚା ପାଲଟି ଥିଲା । (ରିପୋର୍ଟ-ବାବୁଲି ଗଣ୍ଡ)
ନବରଙ୍ଗପୁରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ସହୀଦ ଦିବସ ପାଳନ ।
