(୦୯/୮) ନବରଙ୍ଗପୁର ଜିଲ୍ଲା ଆଦିବାସୀ ସହିଦ ସ୍ମୃତି କମିଟି ଅନୁକୂଲ୍ୟ ରେ ଆଜି ଜାତୀୟ କ୍ରାନ୍ତି ଦିବସ ଅବସରରେ ପୁରୁଣା କାରାଗାର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରି କ୍ରାନ୍ତି ଦିବସ ପାଳିତ ହେଇଯାଇଛି। ନବରଙ୍ଗପୁର ସହିଦ ସ୍ମୃତି କମିଟିର ସଭାପତି ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେପି ନବରଙ୍ଗପୁର ସଭାପତି ଜଗଦୀଶ ବିଷୟି ସହ ବହୁ ମାନ୍ୟଗଣ୍ୟବ୍ୟକ୍ତି ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ନବରଙ୍ଗପୁର ସହିଦ କମିଟିର ସଭାପତି ମୁନା ତ୍ରିପାଠୀ ୧୯୪୨ ମସିହାରେ ନବରଙ୍ଗପୁର ପୁରୁଣା କାରାଗାର ରେ ସହିଦ ହେଇଥିବା ନବରଙ୍ଗପୁର ର ୭ ଜଣ ଗାନ୍ଧୀ ଗୁମୁସ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାରାଗାରକୁ ଏକ ଜାତୀୟ ସ୍ମାରକୀ ପୀଠ ଭାବେ ଘୋଷଣା କରିବାକୁ ଦାବି କରିଥିଲେ।ଫଳରେ ନବରଙ୍ଗପୁର ବାସୀ ଏହାର ଇତିହାସ ଜାଣିପାରିବେ।ଏଥିରେ ଜିଲ୍ଲାପାଳ ଓ ବିଧାୟକମାନେ ପୂର୍ଣ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିଲେ। (ରିପୋର୍ଟ-ବାବୁଲି ଗଣ୍ଡ)
ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳନ : କାରାଗାରକୁ ଜାତୀୟ ସ୍ମୃତିପୀଠ ଘୋଷଣା କରିବାକୁ ଦାବୀ
