ତାମିଲନାଡ଼ୁ ପୋଲିସ ହେପାଜତରେ ବାପପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ

(୨୯/୬) ନିକଟରେ ଆମେରିକାର ପୋଲିସଦ୍ୱାରା ହୋଇଥିାବ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ହତ୍ୟାକାଣ୍ଡଠାରୁ ମଧ୍ୟ ଆହୁରି ହୃଦୟ ବିଦାରକ ଅନ୍ୟ ଏକ ଘଟଣା ତାମିଲନାଡ଼ୁରେ ଦେଖିବାକୁୁ ମିଳିଛି । ବେନିକ୍ସ ଓ ତାଙ୍କ ବାପା ଜୟରାଜ ତାମିଲନାଡ଼ୁ ରାଜ୍ୟର ଥୁଟୁକୁୁଡ଼ିର ବ୍ୟବସାୟୀ ଅଟନ୍ତି । ରାତି ୯ ଟା ପରେ ଦୋକାନ ଖୋଲା ରଖି ଥିବାର ଅଭିଯୋଗରେ ସେମାନଙ୍କୁ ପୋଲିସ୍ ଗିରଫ କରି ଥାନାକୁ ନେଇଥିଲା । କିନ୍ତୁ ଥାନାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ବେନିକଙ୍କ ବନ୍ଧୁ ରାଜାରାମଙ୍କ କହିବାନୁଯାୟୀ ପୋଲିସ ସେ ଦୁଇ ବାପପୁଅଙ୍କୁ ଏମିତି ନିର୍ଯ୍ୟାତନା ଦେଇଥିଲା ଯେ ସେମାନଙ୍କୁ ଦେଖି ସେହି କଷ୍ଟକୁ ସହ୍ୟ କରି ହେଉ ନଥିଲା । ପୋଲିସ୍ ସେମାନଙ୍କୁ ଥାନାରେ ରଖି ଏତେ ନିର୍ଯ୍ୟାତନା ଦେଇଥିଲା ଯେ ସେମାନଙ୍କ ଶରୀରରୁ ରକ୍ତ ବାହାରୁଥିଲେ ବି ଦୁଇ ଦିନଯାଏଁ ସେମାନଙ୍କୁ ଡାକ୍ତରଖାନାକୁ ମଧ୍ୟ ନେଇ ନଥିଲା । ସୂଚନାନୁଯାୟୀ, ପୂର୍ବଦିନ ନିଜ କାଠ କାମ ହେଉଥିବା ଦୋକାନକୁ ରାତି ୯ ଟା ପରେ ମଧ୍ୟ ଖୋଲା ରଖିଥିବା ଅଭିଯୋଗରେ ଜୟରାଜଙ୍କୁ ଗତ ୧୯ ତାରିଖ ଦିନ ଥାନାକୁ ନେଇ ଯାଇଥିଲା । ଏହା ଜାଣି ଏକ ମୋବାଇଲ ଦୋକାନ କରିଥିବା ତାଙ୍କ ପୁଅ ବେନିକ୍ସ ବୁଝାବୁଝି କରିବାକୁ ଥାନାକୁ ଯାଇଥିଲା । ବେନିକ୍ସର ସାଙ୍ଗମାନଙ୍କ କହିବାନୁଯାୟୀ, ଇନସ୍ପେକ୍ଟର ଶ୍ରୀଥର ଜୟରାଜଙ୍କୁ ମାଡ଼ ମାରୁଥିବା ଦେଖିଥିଲା । ଯେତେବେଳେ ଇନସ୍ପେକ୍ଟର ତାଙ୍କ ବାପାଙ୍କୁ ପିଟିବା ବନ୍ଦ କରନ୍ତୁ ବୋଲି କହିବାରୁ ଇନସ୍ପେକ୍ଟର ଶ୍ରୀଥର ତାଙ୍କ ପୁଅକୁ ମଧ୍ୟ ମାଡ଼ ମାରିବାକୁ ଅନ୍ୟ ପୋଲିସ୍ କର୍ମଚାରୀଙ୍କୁ କହିଲା । ବେନିକ୍ସଙ୍କ ପିଲାବେଳର ସାଙ୍ଗ ତଥା ଓକିଲ ମନିମାରନ୍‌୍ କହିଛନ୍ତି ଯେ, “ତୁମର ଏତେ ସାହସ, ତୁମେ ପୋଲିସ୍ ବିରୁଦ୍ଧରେ କହୁଛ”ବୋଲି ପୋଲିସ୍ ଚିତ୍କାର କରି ତାଙ୍କୁ ପିଟୁଥିବାର ସେ ଶୁଣିଛନ୍ତି । ମନିମାରନ୍‌୍ ଙ୍କ କହିବାନୁଯାୟୀ, ରାତି ୧୧ ଟା ୩୦ ପରେ ସବୁ ଇନସ୍ପେକ୍ଟର ରଘୁ ଗଣେଶ ଥାନାରେ ପହଂଚିବା ପରେ ଥାନାରେ ଥିବା ସମସ୍ତ କର୍ମଚାରୀ ସେମାନଙ୍କୁ ନିର୍ଘାତ ପିଟିଲେ । ସେମାନଙ୍କୁ ଜାମିନରେ ଛାଡ଼ି ଦେବାକୁ ବ୍ୟକ୍ତିଗତ ଭାବେ ସମସ୍ତ ପୋଲିସ୍ ଅଧିକାରୀଙ୍କୁ ତାଙ୍କ ବନ୍ଧୟମାନେ ଗୁହାରି କରିଥିଲେ କେହି ବି ସେମାନଙ୍କ କଥା ଶୁଣି ନଥିଲେ, ବରଂ ଥାନା ଛାଡ଼ି ଚାଲିଯିବାକୁ ଧମକ୍ ଦେଇଥିଲେ । ବାପପୁଅଙ୍କ ନାମରେ ଆଇପିସିର ଧାରା ୧୮୮, ୨୬୯, ୨୯୪(ଖ), ୩୫୩ ଓ ୫୦୬(୨) ଧାରାରେ ମାମଲା ରୁଜୁ କରି ସେମାନଙ୍କୁ ରାତି ୧ ଟା ଓ ୪ ଟାରେ ମାଡ଼ ମାରିଥିବା ଓକିଲ ବନ୍ଧୁ ମନିମାରନ୍‌୍ କହିଛନ୍ତି । ତା ପରଦିନ ସେମାନଙ୍କୁ ଡାକ୍ତରଖାନାକୁ ନିଆଗଲା, ସେଠି ସେ ଉଭୟଙ୍କ ଦେହରୁ ଏତେ ପରିମାଣରେ ରକ୍ତ ବାହାରୁଥିଲା ଯେ ସେମାନଙ୍କୁ ଛଅଟି ଲୁଙ୍ଗି ବଦଲାଇବାକୁ ପଡ଼ିଥିଲା । ଉକ୍ତ ଓକିଲ ବନ୍ଧୁଙ୍କ କହିବାନୁଯାୟୀ, କୋର୍ଟର ଅଭିଯୁକ୍ତ ଭାବେ ପୋଲିସ୍ ଉପସ୍ଥିତ କରାଇବାବେଳେ ବିଚାରପତି ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ନଥିଲେ ଓ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଥିଲେ । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବେନିକ୍ସଙ୍କୁ ଡାକ୍ତରଖାନାକୁ ନେଉଥିବା ଗାଡ଼ିର ସିଟ୍‌ଟି ମଧ୍ୟ ରକ୍ତରେ ଭିଜି ଯାଇଥିଲା । ତେବେ ଦୁଃଖର କଥା ଯେ ସୋମବାର ଦିନ ସନ୍ଧ୍ୟାରେ ବାପା ଜୟରାଜଙ୍କ ମୃତ୍ୟୁ ହୋଇ ଯାଇଥିଲା ଓ ତା ପରଦିନ ସକାଳେ ବେନିକ୍ସଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ଘଟଣାର ପ୍ରତିବାଦରେ ଥୁଟୁକୁୁଡ଼ି ଜିଲ୍ଲାର ସମସ୍ତ ଦୋକାନ ବଜାର ବୁଧବାର ଦିନ ବନ୍ଦ କରାଯାଇଥିଲା । ଘଟଣା ସଂକ୍ରାନ୍ତରେ ଥାନାର ପାଂଚ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରା୍‌ଯାଇଥିବାବେଳେ କେନ୍ଦ୍ର ଗୋଇନ୍ଦା ବ୍ୟୁରୋ ସିବିଆଇ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ଘୋଷଣା କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତାମିଲନାଡ଼ୁ ପୋଲିସ ହେପାଜତରେ ବାପପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ